(ମୋ ନ୍ୟୁଜ ଓଡ଼ିଶା)
ବୁଗୁଡ଼ା,୧୯/୦୯/୨୪(ସୋରେନ କୁମାର ପ୍ରଧାନ):ଆଗାମୀ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସ୍ଥାନୀୟ ବ୍ଲକ ଛକ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଚିତ୍ତରଞ୍ଜନ ଦାଶ ଓ ଷଷ୍ଠୀ ପ୍ରସାଦ ହୋତା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିଲା ବେଳେ ପ୍ରଫୁଲ୍ଲ ଡାକୁଆ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂଜା କମିଟିର ସଦସ୍ୟବୃନ୍ଦ ସହଯୋଗ କରିଥିଲେ।
Tags:
ଆଞ୍ଚଳିକ


