ଆର,ଉଦୟଗିରି ମୋ ନିୟୁଜ ଓଡିଶା
(ମନୋଜ କୁମାର ପାଢୀ/
ସ୍ବଛଭାରତ ଗ୍ରାମୀଣ ଆନୁକୂଲ୍ୟରେ ଆଜି ଛେଳାଗଡ ଗ୍ରାମପଞ୍ଚାୟତ ସୈଜନ୍ୟତାରେ ଛେଳାଗଡ ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ସ୍ବଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ଲରିମନ ଖର୍ସେଲ, ଏଇଇ ନିହାର ନାୟକ,ଜେଇ ସୁଜିତ ପଡିହାରୀ, ପିଇଓ ଶଶାଙ୍କ ସେଖର ସୁବୁଦ୍ଧି, ସ୍ଥାନୀୟ ସରପଞ୍ଚ ଡାଳିମ୍ବ ଗମାଙ୍ଗ, ସମିତିସଭ୍ୟା ଶିବାନୀ ବେହେଦଳାଇ, ସମସ୍ତ ଓ୍ବାର୍ଡ ସଭ୍ୟ/ସଭ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, CRPCM ଏବଂ ସ୍ବୟମ ସହାୟକଦଳ ର ମାଆ ମାନେ ଯୋଗ ଦେଇ ଛେଳାଗଡ ଗ୍ରାମର ଉର୍ଚ ବିଦ୍ୟାଳୟ ଠାରୁ ଗ୍ରାମ ପଞ୍ଚାୟତ ଅଫିସ ଯାଏଁ ଦୀର୍ଘ ୧ କିମି ରୁ ଉଦ୍ଧ୍ବ ରାସ୍ତା ସଫେଇ କରିଥିଲେ । ଏମଧ୍ୟରେ ବିଦ୍ୟାଳୟ ପରିସର, ANM କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ବସଷ୍ଟାଣ୍ଡ ଆଦି ଠାରେ ସଫେଇ କରାଯାଇଥିଲା । ଅନୁଷ୍ଠାନ ମାନଙ୍କରେ ହୋଇଥିବା ଲଟା, ବୁଦା, ପଲିଥିନି, ପ୍ଳାଷ୍ଟିକ ସାମଗ୍ରୀ ଆଦିକୁ ରାସ୍ତା ଘାଟରୁ ସଫେଇ କରାଗଲା । ମଧ୍ୟାହ୍ନରେ ରୋଲତ କୁମାର ବାଲା, ଗ୍ରାମୀଣ ଆବାସ ଯୋଜନା ର Pm ପ୍ରଜେକ୍ଟ ମ୍ୟାନେଜର ତଥା ଜିଲ୍ଲା ସଂଯୋକ ଏବଂ ଶ୍ରୀ ଅଶ୍ବୀନ କୁମାର ସଡଙ୍ଗୀ, BPC କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଶେଷରେ ଗ୍ରାମ ପଞ୍ଚାୟତ କାର୍ଯ୍ୟକ୍ରମ ଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ କରାଯିବା ସହ ସ୍ବଚ୍ଚତା ପାଇଁ ଏକ ଶପଥ ପାଠ କରାଯାଇଥିଲା । ଏହା ଅକ୍ଟବର ୧ ତାରିଖ ଯାଏ ସବୁ ଗ୍ରାମରେ ଅନୁଷ୍ଠିତ ହେବ । ପ୍ରାୟ ୧୦୦ ରୁ ଉଦ୍ଧ୍ବ କର୍ମକତ୍ତା ସହଯୋଗୀ ଉପସ୍ଥିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ପିଇଓ ଶଶାଙ୍କ ଶେଖର ସୁବୁଦ୍ଧି ପ୍ରତକ୍ଷ ନେତୁତ୍ବରେ ଅନୁଷ୍ଠିତ କରାଯାଇଥିଲା । ସ୍ଲୋଗାନ ଆମେ ସ୍ବଚ୍ଚ ରହିବା ଅନ୍ୟକୁ ସ୍ବଚ୍ଚତା ପାଇଁ ପ୍ରେରଣା ଦେବା


