ଭଞ୍ଜନଗର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଞ୍ଜନଗର:ମୋ ନିୟୁଜ ଓଡିଶା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତରଫରୁ ଚଢ଼ାଉ ଚାଲିଛି। ଏକ କାଳୀନ ଆଠ ଗୋଟି ଟିମ ଭଞ୍ଜନଗର ବାଗଦେବୀ ରୋଡସ୍ଥିତ ବାସ ଭବନ ସହ ଅନେକ ଗୁଡିଏ କୋଠାରେ ଚଢ଼ାଉ ହୋଇଛି। ଆଜିର ଚଢ଼ାଉରେ ବ୍ରହ୍ମପୁର, ଛତ୍ରପୁର, କନ୍ଧମାଳ, ଗଜପତି ଅଞ୍ଚଳର ଭିଜିଲାନ୍ସ ବିଭାଗ ସାମିଲ ହୋଇଥିଲେ। ସୂଚନାଯୋଗ୍ୟଯେ ପ୍ରସନ୍ନ ସ୍ୱାଇଁ ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଆଜିର ଚଢ଼ାଉରେ ଆୟକର ବିଭାଗ ଭଞ୍ଜନଗର ବ୍ୟତୀତ ବ୍ରହ୍ମପୁରରେ ମଧ୍ୟ ଚଢ଼ାଉ ଜାରି ରଖିଛି। ଶ୍ରୀଯୁକ୍ତ ସ୍ୱାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡର ତିନି ମହଲା ବିଶିଷ୍ଟ ଘର, ବ୍ରହ୍ମପୁର ତୁଳସୀନଗରରେ ଚାରି ମହଲା ଘର, ଭଞ୍ଜନଗର ୬ନମ୍ବର ୱାର୍ଡରେ ନିର୍ମାଣଧୀନ ଦୁଇ ତଳ ବିଶିଷ୍ଟ ଘର, ଲୁଦୁଲୁଦି ପୈତୃକ ଘର, ଭଞ୍ଜନଗର ରଘୁନାଥ ବିହାର ସଂପର୍କୀୟ ଘର ଓ ଭଞ୍ଜନଗରରେ ଥିବା ଜଳସେଚନ ବିଭାଗ କାର୍ଯ୍ୟଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଛି। ବର୍ତ୍ତମାନ ସୁଦ୍ଧା ଟିମ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଛି। ଭିଜିଲାନ୍ସ ଟିମନିଜର ଛାନ୍‌ଭିନ ଚଳାଇଛି। ଏହି ଟିମରେ ୭ ଜଣ ଡ଼ିଏସପି, ୫ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post