କାନିକିପଦର ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

  ଆର, ଉଦୟଗିରି-ମୋ ନିୟୁଜ ଓଡିଶା ମନୋଜ କୁମାର ପାଢୀ/୨୭/୯/୨୦୨୪

ଆର .ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତ କାନିକିପଦର ଉଚ୍ଚ ବିଦ୍ୟାଳୟ ଠାରେ  ଅନୁଷ୍ଠିତ ହୋଇ ଯାଇଛି ଛେଲାଗଡ଼ କ୍ଲାଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମରେ 11ଟି ବିଦ୍ୟାଳୟରୁ 100ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଓଡିଶାର ଲୋକକଳା କୁ ନେଇ ବିଭିନ୍ନ ଇଭେଣ୍ଟ ପ୍ରସ୍ତୁତ କରାଯାଇ (ଶୈକ୍ଷିକ ଓ ଅଣ ଶୈକ୍ଷିକ )ଥିଲା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରାଜାଇଥିଲା ଅତିଥିଭାବେ  ମଙ୍ଗଳ ବିଭାଗର ଛେଲାଗଡା ସ୍ଥିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମରାଜ ସାମଲ..ବରିଷ୍ଠ ଶିକ୍ଷକ କେ. ଅଭିନାଶ. ସମିତି ସଭ୍ୟ ଡ଼ାବରାଗୁଡ଼ା. କାନିକିପଦର୍  ପ୍ରଧାନ ଶିକ୍ଷକ ମହେଶ୍ୱର ଦଳାଇ CRCC ପଦ୍ମଲୋଚନ ବଡ ନାୟକ. ପୂର୍ବତନ CRCc ହେମନ୍ତ ନାୟକ ଅତିଥିଭାବେ ଉପସ୍ଥିତ ଥିଲେ ଶେଷରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପାରମ୍ପରିକ ନୃତ୍ୟ. ପଦର୍ଶନ କରାଯାଇଥିଲା ସମସ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଡ଼ାବରାଗୁଡ଼ା ସେବାଶ୍ରମ ର ଶିକ୍ଷକ ଲକ୍ଷ୍ମୀ କାନ୍ତ ମଞ୍ଚ ପରିଚାଳନା କରି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବରେ ଦର୍ଶକଙ୍କୁ ଅମୋଦିତ କରି ଶେଷ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ଏହି ଭଳି ଲୋକ କଳା ଓ ଲୁଚି ରହିଥିବା ପିଲାଙ୍କ ପ୍ରତିଭାକୁ ରାଜ୍ୟ ସରକାର ସୁରଭି ମାଧ୍ୟମରେ ଲୋକ ଲୋଚନକୁ ଆଣିବା ସହ ପ୍ରତିଭା ମାନକୁ ଉତ୍ସାହିତ କରିବା ହେଇଚି ମୂଳ ଲକ୍ଷ୍ୟ ।

Post a Comment

Previous Post Next Post