ନୁଆଗଡରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ , ସ୍ବାସ୍ଥ୍ୟ ବିଭାଗ ଓ ଆରଡି ବିଭାଗ ଅଧିକାରୀ ଅନୁଉପସ୍ଥି ନେଇ ଜନ ପ୍ରତିନୀଧି ଅସନ୍ତୁଷ୍ଟ

 


ଆର, ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ନୁଆଗଡ ପଞ୍ଚାୟତ ସମିତିର ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ । ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତୀ ପ୍ରଧାନଙ୍କ  ସଭାପତିତ୍ବ  କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରେ ବ୍ଳକର ପ୍ରଥମ ସମିତି ବୈଠକ କିନ୍ତୁ ଏଥିରେ ଏମ୍ପି ଓ ବିଧାୟକ ଅନୁପସ୍ଥିତ ରହିଥିଲେ ।  ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ନୁଆଗଡ ବ୍ଳକର ୧୯ଟି  ପଞ୍ଚାୟତର ସମସ୍ୟା ଗୁଡିକୁ ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଭାୟ ଅଧିକାରୀମାନେ କାର୍ଯ୍ୟ ଗୁଡିକର ସଫଳତା କରିବା ସହ କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ ଯୋଜନା ଗୁଡିକର ବିଷୟରେ ସମସ୍ତଙ୍କୁ ବୁଝାଥିଲେ । ଏହି ବୈଠକରେ ବିଡିଓ ଲୋକନାଥ ଶବର , ଉପାଧ୍ୟକ୍ଷ୍ୟ ନିହିମୀୟ ରଇତ, ଜିଲ୍ଲା ପରିଷଦସ ସଭ୍ୟ ରାଜିବ ଦୋରା, ନିର୍ବାହୀ ଯନ୍ତୀ ପ୍ରଦ୍ୟୁନ୍ନ କୁମାର ଦାସ, ସିଡିପିଓ ରାଜଶ୍ରୀ ପାତ୍ର ଓ ବିଧାୟକ ପ୍ରତିନୀଧି ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଏବଂ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭାରପ୍ରପ ଜିପିଇଓ ପରିଚାନା କରିଥିଲେ ।  ସମିତି ବୈଠକରେ ବାରମ୍ବାର ନିର୍ଦେଶ ସତ୍ତ୍ବେ ସ୍ବାସ୍ଥ୍ୟ ଡାକ୍ତର, ଗ୍ରାମ୍ୟ ଉନ୍ନୟନ  ବିଭାଗର  ଅଧିକାରୀ ଯୋଗ ଦେଉ ନ ଥିବାରୁ ଜିଲ୍ଲାପାଳଙ୍କ ଅବଗତ କରାଇବା ସହ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଦସ୍ୟମାନେ ଗୃହ ଦାବି କରିଥିଲେ ।   ବ୍ଳକ କାର୍ଯ୍ୟାଳୟରେ ପାଇଖାନା ବ୍ୟବହାର କରିବା ଏବଂ ପାନୀୟ ଜଳ ଅଭାବ ତେଣୁକରି ଗ୍ରାମଅଞ୍ଚଳରେ କିଭଳି ପାଣିର ସୁବିଧା ରହୁଥିବା ବୋଲି ଜନପ୍ରତିନିଧି ଅଭିଯୋଗ କରିଥିଲେ । ଚଳିତ ଶିକ୍ଷା  ବର୍ଷ ଆଜିସୁଧା ବିଦ୍ୟାଳୟର ଛାତ୍ରଛାତ୍ରୀକୁ ପୋଷାକ ମିଳିନଥିବା ନେଇ ଜନପ୍ରତିନିଧି ଅଭିଯୋଗ କରିଥିଲେ ।

Post a Comment

Previous Post Next Post