ସ୍ଥାନୀୟ ସେଣ୍ଟ ଆନସ ଇଂରାଜି ମାଧ୍ୟମିକ ବିଦ୍ୟାଳୟର ପରିବେଶ ସୁରକ୍ଷା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 ଭଞ୍ଜନଗର:ମୋ ନିୟୁଜ ଓଡିଶା ସ୍ଥାନୀୟ ସେଣ୍ଟ ଆନସ ଇଂରାଜି ମାଧ୍ୟମିକ ବିଦ୍ୟାଳୟର ପରିବେଶ ସୁରକ୍ଷା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ପ୍ରକୃତିପ୍ରେମୀ ଶ୍ରୀ ଶୁଳପାଣି ଶତପଥୀ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସିଷ୍ଟର ଶାନ୍ତା କୁମାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ପରିଚାଳନା କରାଯାଇଥିଲା। ମୁଖ୍ୟ ଅତିଥି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା, ବୃକ୍ଷଲତାର ଯତ୍ନ, ପ୍ରକୃତିର ସଂରକ୍ଷଣ ଓ ବୃକ୍ଷରୋପଣ ଉପରେ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ। ବିଶେଷ ଆକର୍ଷଣ ଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଅନେକ ଛାତ୍ରଛାତ୍ରୀ ଯୋଗଦାନ କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଉଦ୍ଧବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନେକ ସେବାମୁଲକ କାର୍ଯ୍ୟ କରିଥଲେ। ସେଠାରେ ପଞ୍ଚାୟତ ପିଇଓ ଯମୁନା ଜାନୀ, ସମାଜସେବୀ ଶ୍ରୀ ଭଞ୍ଜ କିଶୋର ପ୍ରଧାନ ଓ ଅଜୟ କୁମାର ମଲ୍ଲ ଆଦି ଅନେକ ବରେଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ସ୍କାଉଟ ଏବଂ ଗାଇଡ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସେହି ଅଞ୍ଚଳରେ ସଫେଇ କାର୍ଯ୍ୟ, ପଥପ୍ରାନ୍ତ ନାଟକ ଓ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post