ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ ମହିଳ ।

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର ପାଢୀ/୨୩/୯/୨୦୨୪)-:

ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବଡସିନ୍ଧବା ପଂଚାୟତ ଚଡିଆପଦା ଗ୍ରାମରେ। ସେହି ଗ୍ରାମରେ ଦୀପାଞ୍ଜଳି ନାମକ ଏକ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଏବଂ ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ଗ୍ରାମରେ ପହଞ୍ଚି ମହିଳାଙ୍କୁ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସୁଥିଲା କିନ୍ତୁ ପ୍ରସବ ବେଦନା ହେଉଥିବା ମହିଳାଙ୍କ ଗ୍ରାମରୁ ଚନ୍ଦ୍ରଗିରି ରାସ୍ତା ବହୁତ ଖରାପ ଥିବା ହେତୁ ଆମ୍ବୁଲାନ୍ସ ଠିକ୍ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ପାରିନଥିଲା। ଗ୍ରାମରୁ ସ୍ବାସ୍ଥ୍ୟ କେନ୍ଦ୍ର ରାସ୍ତା ମଧ୍ୟ ଭାଗ ବାଲିପଙ୍କ ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ ଭିତରେ ହିଁ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା।ଉଭୟ ମାଆ ଏବଂ ଶିଶୁ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ସୁସ୍ଥ ଥିବା ନେଇ ଆଶା କର୍ମୀ ପ୍ରାଞ୍ଚିସ୍କା ନାୟକ ପ୍ରକାଶ କରିଛନ୍ତି।

Post a Comment

Previous Post Next Post