ସୁଭଦ୍ର ରଥ ସ୍ବାଗତ ପାଇଁ ଲୋକେ ରୁଣ୍ଡ, ହେଲେ ଗଡିପାରିଲାନି ରଥ ।

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ରାଜ୍ୟ ସରକାରଙ୍କ ନିର୍ଦେଶ ପ୍ରକାରେ ଗଜପତିବାସୀଙ୍କୁ ସୁଭଦ୍ରା ଯୋଜନାର ସଚେତନତା କରିବା ପାଇଁ ଗଜପତି ଜିଲ୍ଲାରେ ବୁଲୁଛି ସୁଭଦ୍ରା ସଚେତନତା ରଥ । ଏଇ କିଛିଦିନ ହେଲା ରଥ ବାହାରି କେତେକ ବ୍ଳକର ଗାଁ ଗାଁ ଓ ପଞ୍ଚାୟତ ବୁଲି ସାରିଲାଣି । ସମସ୍ତ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ ନେଇ ଏହି ରଥ ବୁଲୁ ଥିବାବେଳେ କିଛି ପ୍ରଶାସନକ ଅଧିକାରୀଙ୍କ ଅବହେଳା ପାଇଁ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ରାମଗିରି ଠାରେ ଗଡି ପାରିଲାନି ରଥ । ଲୋକେ ରଥକୁ ସ୍ବାଗତ କରିବାକୁ ସକାଳ ୭ ଘଣ୍ଟାରୁ ଦ୍ବିପହର ୨ ଘଣ୍ଟା ଯାଏ ଅପେକ୍ଷା କରି କରି ଘରକୁ ଫେରିଛନ୍ତି  AP 39 UQ 2171 ଆନ୍ଧ୍ର ନମ୍ବର ଥିବା ଗାଡିଟିକୁ ସୁଭଦ୍ରା ରଥ ଲାଗି ନିୟୋଜନ ଥିବାବେଳେ ଏହି ଗାଡିଟି ରାମଗିରି ଅଙ୍ଗନ ଓ୍ବାଡି କେନ୍ଦ୍ର ୧ ସମ୍ମୁଖରେ ଠିଆ ହୋଇ ରହିଥିଲା । କିନ୍ତୁ ଡ୍ରାଇଭରଙ୍କ ଅନୁପସ୍ଥିତ ଲାଗି ରଥ ଗଡିପାରିଲାନି ବୋଲି କହୁଛନ୍ତି ସ୍ଥାନୀୟ ଲୋକ । ତେବେ ଏଠି ପ୍ରଶ୍ନ ହେଉଛି ସୁଭଦ୍ରା ରଥଯାତ୍ରାର ବିଫଳତା ଲାଗି ପ୍ରକୃତ ଦାବୀ କିଏ ? ଜିଲ୍ଲା ପ୍ରଶାସନ ନା ବ୍ଳକ ପ୍ରଶାସନ ମିଳିଥିବା ସୁଚନା ଅନୁସାରେ ଯଦି ଜିଲ୍ଲା ପରିବହନ ଅଧିକାରୀ ଏହି ଆନ୍ଧ୍ର ଗାଡିକୁ ରଥରେ ନିୟୋଜନ କରିଛନ୍ତି ତେବେ ଜିଲ୍ଲା ପ୍ରଶାସନ କିପରି ଓଡିଶା ଅସ୍ମିତାକୁ ଭୂଲି ଏହାର ଅନୁମୋଦନ କରିଥିଲେ ଏନେଇ ଗ୍ରାମର ଅନେକ ବୃଦ୍ଧିଜୀବୀ ଓ ନେତା ଆଜିର ରଥଯାତ୍ରା ବାତିଲକୁ ସୁଭଦ୍ରା ରଥର ଅପମାନ କହିବା ସହ ପ୍ରଶାସନକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି । ପାଇଥିବା ସୁଚନା ଅନୁଯାୟୀ ସୁଭଦ୍ରା ରଥ ପରିଭ୍ରମଣରେ ଅନେକ ସ୍ଥାନରେ ଅନେକ ଥର ଏହି ଗାଡିର ଡ୍ରାଇଭରଙ୍କ ଏଭଳି ଅବହେଳା ହୋଇ ଚାଲିଛି । ତଥାପି ସେହି ଆନ୍ଧ୍ର ଗାଡିକୁ ହିଁ କାହିଁକି ବ୍ୟବହାର କରାଯାଇଛି । ସେନେଇ ମଧ୍ୟ ପରିବହନ ଅଧିକାରୀଙ୍କ ସଲାସୁତରା କାରବାର ହୋଇ ଥିବା ଚର୍ଚା ଜୋର ଧରିଛି । ତେବେ ସରକାରଙ୍କ ସମସ୍ତ ଯୋଜନାର ପ୍ରଚାର ପ୍ରସାର କାର୍ଯୀରେ ଆଗାମୀ ଦିନରେ ଯେପରି ଅବହେଳା ନ ହୁଏ ସେଥି ଲାଗି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି । ଏହି ଅବସ୍ଥାରେ କାର୍ଯୀ କରୁଥିବା ଅଧିକାରୀଙ୍କ ଉପରେ ରାଜ୍ୟ ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post