ସୁନା ଓ ରୁପା ବେଗ ଝାମ୍ପି ନେଲେ ଦୁଇ ଦୁବୃତ୍ତ,

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ ପାଢୀ) - ଗତ ବିଳମ୍ବିତ ରାତି ପ୍ରାୟ 9:00 ସମୟରେ ମୋହନା ବଜାରରେ ଥିବା ଶ୍ରୀହରି ଯୁଏଲର ଦୋକାନରୁ ଦୁଇ ଗହଣା ବେଗକୁ ଝାମ୍ପି ନେଲେ ଦୁଇ ଦୁବୃତ୍ତ,ତେବେ ଦୋକାନୀ ମାଲିକ ବି ମୋହନ ରାଓ ଆଚାରୀ କହିବା ଅନୁସାରେ ସେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ହଟାତ ଦୁଇ ଦୁବୃତ୍ତ ଏକ ପଲସର ବାଇକ ରେ ଆସି ଦୁଇବେଗ କୁ ଧରି ଚମ୍ପଟ ମାରିଥିଲେ । ତେବେ ବେଗରେ ପ୍ରାୟ ଏକ କିଲୋ ସୁନା ଓ ପାଞ୍ଚ କିଲୋ ରୁପା ସମେତ ନଗଦ 70,000/- ଟଙ୍କା ଝାମ୍ପିନେଇଥିବା କହିଛନ୍ତି । ତେବେ ସମସ୍ତ ଗହଣାର ବଜାର ମୂଲ୍ୟ ପ୍ରାୟ 80 ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।  ତେବେ ମୋହନା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସହର ସାରା କିଙ୍ଗପିନକୁ ଧରିବା ପାଇଁ ଛାନବିନ ଚଳେଇଛି ।

Post a Comment

Previous Post Next Post