ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ

ଗଜପତି ମୋ ନିୟୁଜ ଓଡିଶା , (ମନୋଜ  କୁମାର ପାଢୀ):ଗଜପତି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଗୁରୁ ଦିବସ ପାଳିତ ହୋଇଛି l ଛେଳିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି l ଛାତ୍ର ଛାତ୍ରୀ ମାନେ ପ୍ରଥମେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୋଡ଼ ଧୋଇ, ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ l ଏହାପରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡାକ୍ତର ସର୍ବପଲି ରାଧାକୃଷ୍ଣନ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚନା କରିଥିଲେ l ଏହାପରେ ଗୁରୁ ଦିବସ ଅବସରରେ ସର୍ବପଲି ରାଧାକୃଷ୍ଣନ ଙ୍କ ଜୀବନୀ ଓ ଗୁରୁଦିବସ ର ମହତ୍ୱ ଉପରେ ଛାତ୍ର ଛାତ୍ରୀ ମାନେ କହିଥିଲେ l ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାଙ୍କୁଡଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ଗୁରୁ ଦିବସ ସମ୍ପର୍କିତ ଗୀତ ଗାଇଥିଲେ l ଶେଷରେ ଛାତ୍ର ଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ ସହ ଗୁରୁଙ୍କ ବିନା ମଣିଷ ଜୀବନ ନିରର୍ଥକ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି l ତେଣୁ ସମସ୍ତେ ନିଜ ନିଜ ଗୁରୁଙ୍କୁ ସବୁବେଳେ ସମ୍ମାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି l ସେହିପରି ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ ଙ୍କ ସଂଯୋଜନାରେ ଗୁରୁ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସମସ୍ତ ଗୁରୁଜୀ ଗୁରୁମା ଙ୍କୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ମୋହନା ସରକାରୀ ଏସଏସଡି ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ନେତୃତ୍ୱରେ ଗୁରୁ ଦିବସ ପାଳିତ ହୋଇଯାଇଛି ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଦ ଧୁଇ ଚନ୍ଦନ ଫୁଲ ଦେଇ ସ୍ୱାଗତ କରିଥିଲେ ଏହି ଅବସରରେ ରେ ଛାତ୍ରୀ ମାନେ ବୁଦ୍ଧିଜୀବୀ ମାନଙ୍କୁ ମଧ୍ୟ୍ୟ ଡାକି ପାଦ ଧୁଇଥିଲେ l

Post a Comment

Previous Post Next Post