ଶ୍ରୀ ଚୈତନ୍ୟ ଗଣେଷ ପୂଜା

ଭଞ୍ଜନଗର:ମୋ ନିୟୁଜ ଓଡିଶା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପୁରୁଣାବଜ଼ାର ସାହି ପାଠଶାଳା ଆନୁକୂଲ୍ୟରେ ଶ୍ରୀ ଚୈତନ୍ୟ ଝାଙ୍କି ମେଢ଼ ସ୍ଥାପନ କରାଯାଥିଲା। ନିରାକାର ପରମପିତା ପରମାତ୍ମା ଶିବ ତଥା ଶ୍ରୀ ଗଣେଷଙ୍କ ଦିବ୍ୟ ଆବିର୍ଭାବ ଉପରେ ଆଧାରିତ ବିଶ୍ୱ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଥିଲା। ଉପସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ବି. କେ ସନ୍ତୋଷିନୀ ଭଉଣୀ ଏହାକୁ ଉଦଘାଟନ କରିଥିଲେ। ଏହି ମେଳାରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ। ଚୈତନ୍ୟ ଝାଙ୍କି ରେ ଶ୍ରୀ ଗଣେଷଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ଭକ୍ତ ମାନେ ଦର୍ଶନ କରିଥିଲେ। ଏହି ଚିତ୍ର ପ୍ରଦର୍ଶନୀରେ ଜ୍ଞାନ ଓ ରାଜଯୋଗର ଶିକ୍ଷା ପ୍ରଦାନ କରାଯାଇଥିଲା। ଏଥିରେ ସମସ୍ତ ବି.କେ.ଭାଇ ଓ ଭଉଣୀ ମାନେ ସେବାରେ ସହଯୋଗ କରିଥିଲେ । ସେବା ଧାରୀଙ୍କ ମଧ୍ୟରୁ ବି.କେ ଆରିଆ, ବି.କେ ବର୍ଷା ଭଉଣୀ ଏବଂ ବି.କେ ରୋଶନ ଭାଇ ଅନ୍ୟତମ। ଏହି ଚୈତନ୍ୟ ଝାଙ୍କି ମହାସମାରୋହରେ ପାଳନ କରାଯାଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post