ଡ୍ରାଇଭର ଦିବସ ରେ ଟ୍ରାଫିକ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 ମୋ ନିୟୁଜ ଓଡିଶା ଦିନକୁ ଦିନ ଦୃଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ଡ୍ରାଇଭର ସଂଘ ତରଫରୁ ଟ୍ରାଫିକ ନିୟଂତ୍ରଣ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ମନ୍ଦିର ରେ ପୂଜା କରାଯାଇଛି ଏକ ବାଇକ ରାଲି ବାହାରି କୋଦଳା ସହର ପରିକ୍ରମା କରିବା ସହ ବେଗୁନିଆପଡା ମଧ୍ୟ ପରିକ୍ରମା କରିଥିଲେ । ଧୃତ ଗତି ମହା ବିପତ୍ତି,  ଗାଡି ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା, ସିଟ ବେଲ୍ଟ ପିନ୍ଧିବା,ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ଟ୍ରାଫିକ ନିୟମ ମାନି ଗାଡି ଚଲାଇବା ଆଦି ସ୍ଲୋଗାନ ଦେଇଥିଲେ । ଏଥିସହ କୋଦଳା ବେଗୁନିଆପଡା ମଧ୍ୟରେ ଥିବା ବଡ଼ ଶଙ୍ଖ ନିକଟରେ ରହି ଯାତ୍ରୀ ମାନଙ୍କୁ ଅଟକାଇ ଚକିଲେଟି ଦେଇ ଟ୍ରାଫିକ ସଚେତନ କରାଇଥିଲେ । ଏଥିରେ କୋଦଳା ଓ ବେଗୁନିଆପଡା ପୋଲିସ ମଧ୍ୟ ଯୋଗଦେଇ ସହଯୋଗ କରିଥିଲେ । ଏଥିରେ ସମସ୍ତ ଡ୍ରାଇଭର ମାନେ ଯୋଗଦେଇ ଥିଲେ ।

Post a Comment

Previous Post Next Post