(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଵ୍ରହ୍ମପୁର ମୋ ନିୟୁଜ ଓଡିଶା ଵ୍ରହ୍ମପୁର କୁ ଗଂଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦେଶ ଅନୁଯାଇ ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡ଼ିଏସପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ଏକ ବୋଲେରୋ ଗାଡିରୁ ଗଞ୍ଜେଇ ସହ ଦୁଇଜଣ ମହାରାଷ୍ଟ୍ର ଯୁବକଙ୍କୁ ଗିରଫ କରିଥିଲା। ସେମାନେ ହେଲେ ମହାରଷ୍ଟ୍ରର ମହମ୍ମଦ ରଇଜ଼ ଲଧା ଓ ଅହମ୍ମଦ ଅଲ୍ଲୀ। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଇକ୍ତ ଟିମ ମଙ୍ଗଳବାର ଗୋପାଳପୁର ଥାନା ଅନ୍ତର୍ଗତ ବଡ଼କୁଶସ୍ଥଳୀ ନିକଟରେ ଯାନବାହନ ଯାଞ୍ଚ କରିଥିଲା। ସେଠାରେ ଵ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବୋଲେରୋ ପିକଅପ ଗାଢ଼ି ନଂ ( ଓଡ଼ି ୦୭ଏଟି- ୭୭୩୨)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଗାଢ଼ି ଡ୍ରାଇଭର ସମେତ ୨ ଜଣ ମହାରାଷ୍ଟ୍ରର ଯୁବକଙ୍କୁ ଟିମ ବାନ୍ଧିଥିଲା। ସେମାନେ ହେଲେ ମହାରଷ୍ଟ୍ରର ମହମ୍ମଦ ରଇଜ଼ ଲଧା ଓ ଅହମ୍ମଦ ଅଲ୍ଲୀ। ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ ଗଜପତି ଜିଲାରୁ ଵ୍ରହ୍ମପୁର ଦେଇ ମହାରାଷ୍ଟ୍ର ଚାଲାଣ କରୁଥିଲେ ବୋଲି ଉକ୍ତ ଟିମ ସମ୍ମୁଖରେ ସ୍ୱୀକାର କରିଛନ୍ତି। ସେହିପରି ଉକ୍ତ ଦୁଇ ଅଭିଯୁକ୍ତଙ୍କ ବୟାନ ଆଧାରରେ ବଡବ୍ଜ଼ାର ଥାନା ଫାଷ୍ଟଗେଟ ଅଞ୍ଚଳରୁ ଗଜପତି ଜିଲା ଅଢ଼ବାର ପ୍ରଫୁଲ ନାୟକଙ୍କୁ କାବୁ କରି ପଚରାଉଚରା କରାଯାଉଥିବା ଜଣାପଡିଛି।ଜବତ ଗଞ୍ଜେଇ ଓ ଗାଢ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ହେବ ବୋଲି ଡ଼ିଏସପି ସୂଚନା ଦେଇଛନ୍ତି। ମହମ୍ମଦ ଲଧା ଓ ଅହମ୍ମଦ ଅଲ୍ଲୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି। ଉକ୍ତ ଚଢଉରେ ଏସ ଆଇ ସୁଶାନ୍ତ କୁମାର ନାୟକ, ଏଏସଆଇ ସୁଶାନ୍ତ ମହାଙ୍କୁଡ, କନେଷ୍ଟେବପଳ କପିଳାସ ଭୋତ୍ରା , ସନ୍ତୋଷ କୁମାର ନାୟକ, ପ୍ରବୀର ସାମଲ ଓ ବଳରାମ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ସହ ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ରୀତିମତ ଭାବେ ବିଭିନ୍ନ ସ୍ଥାନର ଚଢଉ କରାଯାଉଛି ବୋଲି ଡ଼ିଏସପି ନାୟକ ସୂଚନା ଦେଇଛନ୍ତି।