ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସ୍ତରୀୟ ଗୁରୁଦିବସ ଉତ୍ସବ

 


 ମୋ ନିୟୁଜ ଓଡିଶା କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ମନ୍ଦିର ପରିସରରେ ଗୁରୁବାର ସକାଳ 11.30 ମିନଟ ସମୟରେ ପାଳିତ ହୋଇଯାଇଛି ।ସଂଘର ସଭାପତି ରବି ନାରାୟଣ ଶତପଥୀଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଏ ଵି ଇ ଓ ଜୟଦେବ ଜେନା ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସ୍କୁଲ ଏସ ଆଇ ସୁଦର୍ଶନ ବାରିକ, ସମ୍ନାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ପ୍ରମୋଦ କୁମାର ପଣ୍ଡା, ଏ ଵି ଇ ଓ ସୋମନାଥ ସେଠି, ଜ୍ୟୋତିର୍ମୟୀ ନନ୍ଦ, ଏନ ପି ଏସ ସଭ୍ୟ ଅନିଲ କୁମାର ବିଶ୍ୱାଳ, ପଙ୍କଜ କୁମାର ବେହେରା ସମ୍ପାଦକ ସୁଧାକର ପରିଡା, ଯୋଗଦେଇ ଗୁରୁ ଦିବସର ତାତ୍ତ୍ୱର୍ଯ୍ୟ,  ଗୁରୁ ଛାତ୍ର ସମ୍ପର୍କ, ପ୍ରଚଳିତ ଶିକ୍ଷା ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା ରେ ଶିକ୍ଷକଙ୍କ ଭୂମିକା, ଶିକ୍ଷା କେନ୍ଦ୍ରର ଅଭାବ ଅସୁବିଧା ବିଷୟରେ ଆଲୋକପାତ କରିଥିଲେ । ମଂଚାସୀନ ଅତିଥି ଙ୍କୁ ସମ୍ବର୍ଦ୍ଧନା ସହ, ଚଳିତ ଶିକ୍ଷା ବର୍ଷ ରେ ଅବସର ନେଇଥିବା 13 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୂର୍ବରୁ ଅବସର ନେଇଥିବା 34 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାମ୍ବାଦିକ ବନ୍ଧୁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । 1989 ରୁ ସଂଘ ଗଠିତ ହେବା ହୋଇ 1991 ମସିହା ରୁ ଗୁରୁ ଦିବସ ପାଳନ ସହ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇ ଆସୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଶିକ୍ଷକ ଭବନ ଟିଏ ହୋଇ ପାରି ନ ଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ସମ୍ପାଦକ

Post a Comment

Previous Post Next Post