ନେସନାଲ ଟାଇକୋଣ୍ଡାରେ ଦୁଈ ଶିଶୁ ବ୍ରୋଞ୍ଜ ମଡେଲ ପାଇଲେ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ  ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ପୁରୁଷୋତ୍ତମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ହାଣ୍ଡି ଘର ଗ୍ରାମର ଗୋଟିଏ 10 ବର୍ଷ ର ଝିଅ ଓ ଏନଏସି ର ବଜାର ସାହିର 11 ବର୍ଷ ର ଝିଅ ନେସନାଲ ରେ ବ୍ରୋଞ୍ଜ ମଡେଲ ପାଇଲେ | ସାଇ ସ୍ମିତା ଗୌଡ଼, 10ବର୍ଷ, ପିତା ସନ୍ତୋଷ ଗୌଡ଼, ମାତା ସୁନିତା କୁମାରୀ ଗୌଡ଼ ଙ୍କ ବଡ଼ ଝିଅ ଅଟନ୍ତି | ପୁରୁଷୋତ୍ତମପୁର ଟାଇକୋଣ୍ଡା ଅନୁଷ୍ଠାନ ରେ ସାଇସ୍ମିତା ଗୋଟିଏ ବ୍ରୋଞ୍ଜ, ସିଲଭର, ଓ ଷ୍ଟେଟ ଲେବଲ କଟକରେ ଦୁଇଗୋଟି ଗୋଲଡ, ଏବଂ ନେସନାଲ ଲେବଲ ରେ ଆଗ୍ରା ଠାରେ ହୋଲି ପବ୍ଲିକ ସ୍କୁଲ ରେ ବ୍ରୋଞ୍ଜ ପାଇଥିଲେ | ସେହିପରି ଆଇସା ବେହେରା 11ବର୍ଷ ପିତା ସତ୍ୟବାନ ବେହେରା, ମାତା ଲକ୍ଷ୍ମୀ ବେହେରା ଙ୍କ ବଡ଼ ଝିଅ ଅଟନ୍ତି | ସେ ପୁରୁଷୋତ୍ତମ ପୁର ଟାଇ କୋଣ୍ଡା ଅନୁସ୍ଥାନ ରୁ ଦୁଇଟି ଗୋଲଡ, ଗୋଟିଏ ସିଲଭର, ଷ୍ଟେଟ ଲେବଲ କଟକ ରେ ଗୋଟିଏ ଗୋଲଡ ଓ ଗୋଟିଏ ବ୍ରୋଞ୍ଜ, ଏବଂ ନେସନାଲ ଲେବଲ ର ଆଗ୍ରାଠାରେ ଥିବା ହୋଲି ପବ୍ଲିକ ସ୍କୁଲ ରେ ବ୍ରୋଞ୍ଜ ପାଇଥିବାରୁ ପୁରୁଷୋତ୍ତମପୁର ସହର ବାସି ବହୁତ ଖୁସି ଅଛନ୍ତି | ଏହି ଘଟଣା କୁ ଶୁଣି ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ସିଡିପିଓ ଲଳିତା ମଲିକ ଆଜି ନିଜ ଅଫିସ ମଧ୍ୟରେ ସମସ୍ତ ସୁପର ଭାଇଜର ଓ ଷ୍ଟାଫ ଙ୍କ ଗହଣ ରେ ଆଜି ଆଇସା ଓ ସାଇ ସ୍ମିତା ଙ୍କ ମନକୁ ଉଚ୍ଚାହିତ କରିବା ପାଇଁ ତାଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ, ଓ ଦୁଈ ଜଣଙ୍କୁ ଦୁଇଟି ଗିଫ୍ଟ ପ୍ରଦାନ କରିଥିଲେ | ଦୁଈ ଟାଇକୋଣ୍ଡାଶିକ୍ଷାର୍ଥୀ ଝିଅ ମାନେ ଉପସ୍ଥିତ ଅଧିକାରୀ ଓ ଷ୍ଟାଫ ଙ୍କ ପାଖରେ ନିଜେ କିପରି କୌଣସି କ୍ଷେତ୍ର ରେ ନିଜକୁ ଅନ୍ୟଠାରୁ ସୁରକ୍ଷା ଦେଇପାରିବେ ତାଉପରେ କଳା କୌଶଳ ପ୍ରଦାନ କରିଥିଲେ | ଏହି ଦୁଈ ଶିଶୁ ବ୍ଲକ ସ୍ତରରୁ ନେସନାଲ ଲେବୁଲ ରୁ ବ୍ରୋଞ୍ଜ ମଡେଲ ଆଣି ଥିବାରୁ କ୍ରୀଡା ବିଭାଗ ଏହା ଉପରେ ଗୁରୁତ୍ୱ ଦେଲେ ବହୁ ପୁଅ, ଝିଅ ଉପକୃତ ହୋଈ ପାରିବେ ବୋଲି ସମସ୍ତେ ଦାବି କରିଛନ୍ତି | ଏହିମାନଙ୍କ କୋଚ ଥିଲେ ଇ ଲଳିତ କୁମାର |

Post a Comment

Previous Post Next Post