ପିପୁଲ୍ସ କଲେଜ୍ ଓଡ଼ିଆ ବିଭାଗ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କାର୍ଯ୍ୟକ୍ରମ

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା,୧୮/୦୯/୨୪(ସୋରେନ କୁମାର ପ୍ରଧାନ): ପିପୁଲ୍ସ କଲେଜ୍ ଓଡିଆ ବିଭାଗର ଛାତ୍ର ଛାତ୍ରୀଙ୍କ ଦ୍ଵାରା ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ହରେକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରଶାସନିକ ଅଧିକାରୀ ତଥା ଇତିହାସ ବିଭାଗ ମୁଖ୍ୟ ଡ଼.ପ୍ରଦୀପ କୁମାର ଦାସ ଏବଂ ଆଇ କ୍ୟୁ ଏସି ର ସଂଯୋଜକ ତଥା ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅକ୍ଷୟ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।ଓଡ଼ିଆ ବିଭାଗ ମୁଖ୍ୟ ଡ.ହିମାଂଶୁ ଶେଖର ରଥ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ବିଭାଗର ବରିଷ୍ଠ ଅଧ୍ୟାପକ ଡ.ସଞ୍ଜୟ କୁମାର ପ୍ରଧାନ ବିଭାଗର ବିଭିନ୍ନ ସମସ୍ୟା ଏବଂ ଏହାର ପ୍ରତିକାର ପାଇଁ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟାପକ କିଶୋର ଚନ୍ଦ୍ର ଶବର ଏବଂ ଦୁଷ୍ମନ୍ତ ପ୍ରଧାନ ଛାତ୍ରଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା ପୂର୍ବକ ମନଯୋଗ ସହ ପାଠପଢିବା ସଙ୍ଗେ ସଙ୍ଗେ ବିଭାଗର ଶୃଙ୍ଖଳା ରକ୍ଷାକରିବାକୁ ପରାମର୍ଶ ଦେଇଥିଲେ।ଶେଷରେ ତୃତୀୟ ବର୍ଷ ଛାତ୍ରୀ ଶିବାନୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post