ଶାନ୍ତି ସ୍ରୋତ ଭବନରେ ରକ୍ଷାବନ୍ଧନ ଓ ଜନ୍ମାଷ୍ଟମୀ ପାଳନ

 

      ମୋ ନିୟୁଜ ଓଡିଶା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ତରଫରୁ ଶାନ୍ତି ସ୍ରୋତ ଭବନରେ ରାକ୍ଷୀ ପୂର୍ଣ୍ଣିମା ଠାରୁ ଆରମ୍ଭ କରାଯାଇ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଛି । ଏହି ଶୁଭ ମୂହୁର୍ତ୍ତର ପର୍ବରେ ଆମ ଅଞ୍ଚଳର ନବ ନିର୍ବାଚିତ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କାର ଦ୍ବାରା ସଂସାର ପରିବର୍ତ୍ତନ ସୁନିଶ୍ଚିତ ବୋଲି ବକ୍ତବ୍ୟ ରଖିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ । ସମ୍ମାନୀତ ଅତିଥି ରୂପେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ସାର୍ ଶାନ୍ତି ମାନବ ଜୀବନର ବହୁ ମୂଲ୍ୟବାନ ସଂପଦ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉପସେବା କେନ୍ଦ୍ରର  ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ରକ୍ଷାବନ୍ଧନର ମହତ୍ତ୍ଵ ପ୍ରକାଶ କରିଥିଲେ। ସମ୍ବାଦ ସାହିତ୍ୟ ଘର, ରୋଟାରୀ କ୍ଲବ,ବିପଦର ବନ୍ଧୁ ଓ ଶିକ୍ଷକ ସଂଗଠନଗୁଡ଼ିକର ସଦସ୍ୟମାନେ ଉପସ୍ଥିତ ଥିଲେ । ଏଥିସହିତ ଭଞ୍ଜନଗର ଉପକାରାଗାର, ତନରଡାସ୍ଥ ସ୍ବତନ୍ତ୍ର ଭାରତୀୟ  ସଂରକ୍ଷିତ ବାହିନୀ,ବିଭିନ୍ନ ସରକାରୀ, ବେସରକାରୀ ସ୍କୁଲ, କଲେଜ, ବିଭିନ୍ନ ବିଭାଗ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ହସ୍ତରେ ରାକ୍ଷୀ ବନ୍ଧାଯାଇଥିଲା। ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀଙ୍କ ହସ୍ତରେ ରାକ୍ଷୀ ବନ୍ଧାଯାଇଥିଲା। ତତ୍ ସହିତ ଜନ୍ମାଷ୍ଟମୀ    ଅବସରରେ ବାଳ ଗୋପାଳଙ୍କ ଝାଙ୍କି କରାଯାଇ ଏକ ସ୍ନେହ ମିଳନ ପର୍ବ ପାଳନ କରାଯାଇଥିଲା   ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post