Beautiful kasatandi flowers on roadside of villages of odisha. feeling fresh with the beuty of natural creation.

କାଶତଣ୍ଡୀର ସୁନ୍ଦର୍ଯ୍ୟ ଓ ଖିଲି, ଖିଲି ହସର ଅପେକ୍ଷାରେ ମା ଦୁର୍ଗାଙ୍କ ଆଗମା

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ନିକଟସ୍ଥ ମା ତାରା ତାରିଣୀ ଋଷିକୂଲ୍ୟା ନଦୀ ତଟରେ ଖୋଲା ଆକାଶ ତଳେ ସୁଲୁ ସୁଲୁ ପବନରେ କାଶତଣ୍ଡୀ ର ଖିଲି, ଖିଲି ହସ ହସରେ ଅତି ସୁନ୍ଦର ମୟରେ ସାଜିଥିବା ସୂଚନା ଦେଇଛି ମା ଦୁର୍ଗା ଙ୍କ ଆଗମାନ ର ବାର୍ତ୍ତା l ସିଂ ସିଂ ପବନରେ ନଦୀ, ନାଳ ବିଲହୁଡା, ସବୁଠାରେ ଝଲକି ଦୁଶୁଛି କାଶତଣ୍ଡୀ ଫୁଲର ସମ୍ଭାର ଆଭାସ ଦେଲାଣି ମାଙ୍କ ଆଗମନ ପାଖେଇ ଆସୁଛି |ମାଟି ଅନୁକୂଳ ସରି ଲାଣି। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ର ଆରମ୍ଭ କରିଦେଲେଣି ଶିଳ୍ପୀ Iଆଉ କିଛି ଦିନର ଅପେକ୍ଷା।ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିବ ଘଣ୍ଟଘଣ୍ଟା, ଢୋଲଓ ମହୁରୀର ତାଳରୋ।ଧୁପ ଓ ଝୁଣାରେ ମହକି ଉଠିବ ଗାଁ ଠାରୁ ସହର ବଜାର I ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆଗମନକରିବେ ମାଜଗତଜନନୀ ଦୁର୍ଗା |ମାଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତିରେ ଲାଗି ପଡିଛନ୍ତି।ଶରତ ଋତୁ ଆଗମନରେ ସବୁଆଡେ ପାର୍ବଣର ମାହୋଲା Iଧୂରେ ଧୂରେ ପବନର ସ୍ପର୍ଷରେ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ସବୁଆଡେ ଖେଳି ଯାଇଛି। ଆଉ କିଛି ଦିନ ଅପେକ୍ଷାର ଅନ୍ତ ଘଟାଇ ଧରା ପୃଷ୍ଠକୁ ବିରାଜିବେ ଜଗତଜନନୀ ମାଦୁର୍ଗା |ମାଙ୍କ ଆଗମନକୁ ନେଇ ସବୁ ଆଡେ ଏବେ ଖୁସିର ଆସର ଜମିଲାଣି |ସେ ଚାଷ ଜମି ହେଉ କି ନଦୀ ପଠା ସବୁଆଡେ ଏବେଦେଖିବାକୁ ମିଳୁଛି ଧବଳମୟ ପରି ବେଶ Iନଦୀନାଳ ହେଉକି ରାସ୍ତା କଡ ଧଳା ଚିକ୍ ଚିକ୍ କରୁଥୁବା ଏହି କାଶତଣ୍ଡୀ ପାର୍ବଣରେ ମାଙ୍କୁ ସତେ ଯେମିତି ସ୍ଵାଗତ ଜଣାଉଛି | ଧରାପୃଷ୍ଠକୁ ପୁଜା ପୁର୍ବରୁ ବିଭିନ୍ନ ସ୍ଥାନରେ କାଶତଣ୍ଡିର ସମ୍ଭାର ଦେଖୁବାକୁ ମିଳିଛି |ମାଙ୍କ ଆଗମନ ର ବାର୍ତ୍ତା ନେଇ କାଶତଣ୍ଡୀ ଧରାକୁ ସଜ୍ଜିତ କଲାଣି।ଧରଣୀର ଏହି ସୁନ୍ଦର ମାଦକତା ରୁପକୁ ମନ ଭରି ଉପଭୋଗ କରିବା ପାଇଁ ରାସ୍ତାରେ ବାଟୋଇଟେ ଘଡିଏ ପାଇଁ ଅଟକିଯାଉଛି। ଏହି ସୌନ୍ଦର୍ଯ୍ୟ କୁ ଦେଖି ଆତ୍ମହରା ବିମୁଗ୍ଧ ଭାବୁକକବି | ମନରେ ଅନେକ ପ୍ରଶ୍ନ କଣ ଲେଖିବ କାଶ ତଣ୍ଡୀ ର ଏହି ରୂପ ସମ୍ଭାର କୁ ନେଇ | ପୁରୁଷୋତ୍ତମପୁର ସହର ରେ ପ୍ରବାହିତ ଋଷିକୂଲ୍ୟା ନଦୀ, ଖରଖରୀନଈ, ଜୟମଙ୍ଗଳ ନାଳ ଓ ହୀରାଧାର ବାଟିଆ କେନାଲ ତଟରେ କାଶତଣ୍ଡୀ ରସମ୍ଭାର ଆମୋଦିତକରୁଛି |ମାଦୁର୍ଗା ଙ୍କ ନିକଟରେ ନିଜକୁ ସମର୍ପି ଦେବା ଲାଗି ଅପେକ୍ଷା କରିଛି ପ୍ରକୃତିର ବିସ୍ମୟ ତୁଷାର ଧବଳ କାଶତଣ୍ଡୀ | ସତେକି ଯେପରି ଏକ ଧଳା ଶାଢ଼ୀ ବିଛେଇ ମାଆଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି |ସତେକି କବିର କଳ୍ପନା କୁ ରଙ୍ଗ ଯୋଗାଉଛି ଏହି କାଶ ତଣ୍ଡୀ ଆପେକ୍ଷା କେବଳ ମାଙ୍କ ପାଇଁ |

Post a Comment

Previous Post Next Post