ଲଗାଣ ବର୍ଷାରେ ବୁଡିଲା କଙ୍ଗୁରକୋଣ୍ଡା , କନ୍ୟାଶ୍ରମ ବ୍ରିଜ। ଯାତାୟତ ବାଧାପ୍ରାପ୍ତ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଲାଗି ରହିବା ଯୋଗୁଁ କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି। ଉଭୟ ପୋଲ ଉପରେ ପାଖାପାଖି ୩/୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତକୁ ବନ୍ଦ କରାଯାଇଛି। ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ବନ୍ୟା ଜଳ ପ୍ରବାହିତ ହେଉଛି। ଜାତୀୟ ରାଜ ପଥରେ ଯାତାୟାତ ପ୍ରଭାବିତ ହେବା ସହ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ସେହିପରି କାଲିମେଳା ପଡିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ଜଳ ପ୍ରବାହିତ ଯୋଗୁଁ କାଲିମେଳାରୁ ପଡିଆ ବ୍ଲକକୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଛି। ପୂର୍ବରୁ ମଧ୍ୟ ଅନେକ ଥର ଏହି ପୋଲ ଗୁଡିକ ଜଳ ମଗ୍ନ ହୋଇଥିଲା । ଉଚ୍ଚ ପୋଲ ନିର୍ମାଣକୁ ତୁରନ୍ତ ଗତିଶୀଳ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Post a Comment

Previous Post Next Post