ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବାର୍ଷିକ ଅଧିବେଶନ ସ୍ଥାନିୟ ବିଶ୍ୱକର୍ମା ଭବନ ଠାରେ ନାଗରିକ ମଞ୍ଚର ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଉତ୍କଳ କଳା ପରିଷଦ ସଭାପତି ଜି. ରାଜେଶ୍ୱର ପାତ୍ର ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବେ ବିଶ୍ୱନାଥ ରଣା, ଦ୍ୱିତୀକୃଷ୍ଣ ବିଶ୍ୱାଳ, ମାଧବ ଚନ୍ଦ୍ର ଭୋଳ, ମଙ୍ଗଳୁ ପାତ୍ର, ପ୍ରକାଶ ଚନ୍ଦ୍ର ରଥ, ବଂଶିଧର ବିଷୋୟୀ, ପି.କ୍ରିଷ୍ଣା ରାଓ ଦୋରା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସର୍ବଶ୍ରୀ ଡକ୍ଟର. ବି.ପ୍ରକାଶ ଚନ୍ଦ୍ର ପାତ୍ର, ଡ.ବିଜୟ ଚନ୍ଦ୍ର ମହାରଣା, ଲକ୍ଷ୍ମଣ କୁମାର ଜେନା, ରାଜଗୋପାଳ ନାୟକ, ବାଞ୍ଚା ନିଧି ସାହୁ, ନରସିଂହ ପାତ୍ର, ପ୍ରଭାକର ଦଳବେହେରା, ତ୍ରିନାଥ ସାସମଲ, କେ. ଦେବେନ୍ଦ୍ର ପାତ୍ର, ଜି.ଗଙ୍ଗାଧର ପାତ୍ର, ଅନ୍ତର୍ଯ୍ୟାମୀ ସାବତ, ଦିଲୀପ କୁମାର ପଟ୍ଟନାୟକ, କେ.ରାଘବ ପାତ୍ର, ଧ୍ରୁବ ପାଣିଗ୍ରାହୀ, କେ.କେଶବ ପାତ୍ର, ରାମ ଚନ୍ଦ୍ର ବିଶ୍ୱାଳ, ଅଭି ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ନୂତନ ଭାବେ ମଞ୍ଚରେ ଯୋଗଦେଇ ଥିବା ସଦସ୍‌ଯ ମାନଙ୍କୁ ଏହି ଅବସରରେ ସ୍ୱାଗତ କରାଯାଇଥିଲା। ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା। ସମ୍ପାଦକ ପ୍ରକାଶ ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଦ୍ୱିତୀକୃଷ୍ଣ ବିଶ୍ୱାଳ ଧନ୍‌ଯବାଦ ଅର୍ପଣ କରିଥିଲେ। ଶେଷରେ ମଞ୍ଚ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post