ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

 ବ୍ରହ୍ମପୁର  : ମୋ ନିୟୁଜ ଓଡିଶା ସ୍ଥାନୀୟ ଗୁଡସ୍ ରୋଡ ସ୍ଥିତ  ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଜହ୍ନମାଷ୍ଟମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି  ।  ବିଦ୍ୟାଳୟର ସଭାପତି  ପ୍ରଶାନ୍ତ ମହାପାତ୍ର ସମ୍ପାଦିକା ଶ୍ରୀମତି ଅନୀତା କୁମାରୀ ପାଢୀ  ଅଧ୍ଯକ୍ଷା ମଧୁସ୍ମିତା ପରିଡା କାଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ନିଜ ବକ୍ତବ୍ଯରେ ଶ୍ରୀକୃଷ୍ଣଙ୍କ ବାଲ୍ଯ ଲୀଳା ଏବଂ ଏକତା ଉପରେ ଅଭିଭାଷଣ ଦେଇ ଥିଲେ । ବିଦ୍ୟାଳୟର  ତୃତୀୟ ଶ୍ରେଣୀର ଛାତ୍ରୀ ଦିପ୍ତିମୟୀ ଦେବିଶ୍ରୀ ପଣ୍ଡା , ପଞ୍ଚମ ଶ୍ରେଣୀର ଆହାନା ସାହୁ ,ସୀତାଂଶୁ ତ୍ରିପାଠୀ ଏବଂ ସାଈ ପ୍ରସାଦ କାଣ୍ଡି , ଷଷ୍ଠ ଶ୍ରେଣୀର ସାଇ ସ୍ତୁତି ପ୍ରଧାନ ଶ୍ରୀକୃଷ୍ଣଙ୍କ ବାଲ୍ଯ ଲୀଳା  ବର୍ଣ୍ଣନା କରିବା ସହିତ ଉଦ୍ ବୋଧନ ମୂଳକ ଭାଷଣ ଦେଇଥିଲେ  । ପରିଶେଷରେ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟି ଓଡିଆ ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ଯୋସ୍ନା ଭୂଜବଳ ପରିଚାଳନା କରିଥିଲେ  ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ  ।

Post a Comment

Previous Post Next Post