ରାସ୍ତା ନିର୍ମାଣ କାର୍ଯ୍ୟ ତଦନ୍ତ କଲେ ବିଧାୟକ

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର ପୁଟୁରୁଡା - ରାମଗିରି - ଆର,ଉଦୟଗିରି ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ମୋହନା ନିର୍ବାଚନ ମଣ୍ଡଳର ବିଧାୟକ ଦାଶରଥି ଗମାଙ୍ଗ । ଅଞ୍ଚଳବାସୀଙ୍କ ନିର୍ମାଣ କାର୍ଯ୍ୟରେ ଅହେତୁକ ଅବହେଳା ହେଉଥିବା ଅଭିଯୋଗ ହେବାପରେ ନିଜେ ପୂର୍ବରୁ ବିଭାଗ ସହ ଯୋଗାଯୋଗ କରି ରାସ୍ତାରେ ରହିଥିବା ଘାଟି କାଟିବା ଲାଗି ଦାବିକରିଥିଲେ । ତେବେ  ଶନିବାର ନିଜେ ନିର୍ମାଣ କାର୍ଯ୍ୟ ତଦନ୍ତ କରିଛନ୍ତି । ଶ୍ରୀ ଗମାଙ୍ଗ । କଟାଯାଉଥିବା ଘାଟି ନିକଟକୁ  ଯାଇ ଦେଖିଛନ୍ତି ଓ ରାସ୍ତାରେ ନିର୍ମାଣ ହେଉଥିବା ଏକ ବ୍ରିଜିର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ତେବେ ସେହି ବି୍ଜ ଓ ରାମଗିରି ଠାରୁ ପ୍ରାୟ ୧୦ କିଲୋମିଟର ବ୍ୟାପ ହେଉଥିବା ରାସ୍ତାର ଉଭୟ ପାର୍ଶ୍ବକୁ ସଫାନ କରି, ବିଦ୍ୟୁତ୍ ଖୁଣ୍ଟିଗୁଡିକୁ ସ୍ଥାନାନ୍ତର  ନ କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ସାଙ୍ଗକୁ ଅନ୍ୟ ଆନୁସଙ୍ଗିକ ଅବହେଲା ହେଉଥିବା ଦେଖି ବିରକ୍ତ ପ୍ରକାଶ କରିଛନ୍ତି । ଏଥିସହ ବିଭାଗୀୟ ଅଧିକାରୀଙ୍କ ସହିତ ତୁରନ୍ତ ଫୋନ୍ ଯୋଗେ ଯୋଗାଯୋଗ କରି ରାସ୍ତା କାର୍ଯ୍ୟରେ  ହେଉଥିବା କେତେକ ଅବହେଳାକୁ ଦୃଷ୍ଟି ଗୋଚର କରିଥିଲେ । ଶନିବାରର ବିଧାୟକଙ୍କ ଗସ୍ତବେଳେ ବ୍ଳକ ପ୍ରତିନିଧି ଗୋପାଳ କୃଷ୍ଣ ଦଳେଇ , ପୂର୍ବତମ ଜିଲ୍ଲାପରିଦ ସଭ୍ୟ ତାରିଣୀ ଚରଣ ଗୌଡଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟପ୍ରତି ବିଧାୟକ  ଙ୍କ ଏଭଳି ତପରତା ଦେଖି ଅଞ୍ଚଳବାସୀ ବହୁତ ଖସି ପ୍ରକାଶ କରଥିବା ଦେଖିବାକୁ ମିଳିଛି ।

Post a Comment

Previous Post Next Post