ମୋ ନିୟୁଜ ଓଡିଶା ଖଲ୍ଲିକୋଟ ତାଲୁକା ପଂକାଳମୁଠା ଷୋହଳଖଣ୍ଡ ଗୋପାଳ ସମାଜର ପବିତ୍ର ନନ୍ଦ ଉତ୍ସବର ଅଷ୍ଟମ ବାର୍ଷିକ ଉତ୍ସବ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଏସ. ଛଚିନା ସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ଏବଂ ଷୋହଳଖଣ୍ଡ ଗୋପାଳ ସମାଜ (ଖ ) ର ଦେଉଳିଆପଡା ସ୍ଥିତ ଶ୍ରୀ ଶ୍ରୀ ଶୀଧେଶ୍ୱର ମନ୍ଦିର ପରିସରରେ ନନ୍ଦଉତ୍ସବ ପାଳିତ ହୋଇଯାଇଛି । ଉଭୟ ଉତ୍ସବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଥିବା ବେଳେ ଦେଉଳିଆ ପଡା ଠାରେ ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠି ଯୋଗଦେଇ ଥିଲେ । ନନ୍ଦ ଉତ୍ସବର ମହତ୍ୱ, ଗୋପାଳ ସମାଜ ଉର୍ନ୍ନତି ତଥା ଐତିହ ଓ ପରମ୍ପରା କୁ ବଜାଇ ରଖିଥିବା ରୁ ଗୋପାଳ ସମାଜକୁ ଧନ୍ୟବାଦ ଦେଇଥିଲେ । ଏଥିରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼, ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ, ସମାଜସେବୀ ଚିତ୍ରସେନ ପରିଡା, କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଂଯୋଜକ ଆଲୋକ କୁମାର ଶତପଥୀ ଉପସ୍ଥିତ ରହିଥିଲେ । ଏହି ଉତ୍ସବ ରେ ପୂଜା ହୋମ, ଦଶମାସ୍କନ୍ଦ ଭାଗବତ ପାଠ,7 ସଂକୀର୍ତ୍ତନ ଓ ଆରତୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂକାଳ ମୁଠା ର ସମସ୍ତ ଗ୍ରାମର ଗୌଡ଼ ସମାଜର ସମସ୍ତ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
Tags:
ଆଞ୍ଚଳିକ