ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ପ୍ରତ୍ୟେକ ରବିବାର ଭଳି ଏହି ରବିବାର ମଧ୍ୟ ଆର. ଉଦୟଗିରି ଅଗ୍ନିଶମ ବିଭାଗକୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ଅଧିକାରୀ ଶ୍ରୀ ରାହୁଲ ବାରିଆ , ଓ ଅଗ୍ନିଶମ କର୍ମଚାରୀ ଶ୍ରୀଧର ସେଠୀ ,ରମାକାନ୍ତ ପ୍ରଧାନ, ନଳିନୀ ସେଠୀ ,ମୌସମ ରଞ୍ଜନ ଡାଙ୍ଗୁଆ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଶ୍ରୀ ଅଂଶୁମାନ ପଣ୍ଡା , ବାବୁଲା ସେଠୀ,ସିମାପୁଜାରି ,ବର୍ଶାରାନି ମହାକୁଡ ଉପସ୍ଥିତ ଥିଲେ । ସମସ୍ତ ଅତିଥିମାନଙ୍କୁ ସମ୍ମାନ ସହିତ ଗାଆଁ ମୁଣ୍ଡରୁ ସଙ୍କୀର୍ତ୍ତନ କରି ପୁଷ୍ପ ଚନ୍ଦନ କରି ସ୍ଵାଗତ କରି ଆଣିବା ସହ ସତ୍ସଂଗରେ ଉପଢୌକନ ଦେଇ ସମ୍ମାନିତ କରିଥିଲେ ଗ୍ରାମର ଯୁବତୀ ମାନେ । ପରେ ଅଗ୍ନିଶମ ଅଧିକାରୀ ଶ୍ରୀ ରାହୁଲ ଅଗ୍ନିଶମ ବିଭାଗ ବିଷୟରେ ବୁଝାଇବାସହ ଶ୍ରୀଧର ସେଠୀ ଗଡର ଗ୍ରାମ ବାସୀଙ୍କୁ ପ୍ରାଞ୍ଜଳ ଭାବେ ଅଗ୍ନିକୁ କିପରି ଆୟତ କରିବେ ଓ ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ କିପରି ସୁରକ୍ଷା କରିବେ ସେ ବିଷୟରେ ଉପସ୍ଥାପନା ପାରିଥିଲେ । ଏପରିକି ଆପାଟିକାଲିନ ପରିସ୍ଥିତିରେ ଲୋକଙ୍କୁ କିଭଳି ଉଦ୍ଧାର କରିବେ ସେ ବିଷୟରେ ମଧ୍ୟ ଉପସ୍ଥାପନା କରିଥିଲେ । ପରିଶେଷରେ ସାମ୍ବାଦିକ ଅଂଶୁମାନ ପଣ୍ଡା ଗ୍ରାମବାସୀଙ୍କୁ କିଛି ଉଦବୋଧନ ଦେଇ ସେ ଲୋକଙ୍କ ସମସ୍ୟାରେ ସବୁବେଳେ ସାଥିରେ ରାହିବାସହ ସମସ୍ୟାର କିଭଳି ସମାଧାନ ହେବ ସେନେଇ ଲୋକଙ୍କୁ ବୁଝାଇଥିଲେ । ଅଗ୍ନିଶମ ବିଭାଗ ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ସେମାନଙ୍କୁ ସଚେତନ କରିଥିବାରୁ ଗ୍ରାମ ବାସୀଙ୍କ ତରଫରୁ ୱାର୍ଡ ସଭ୍ୟ ଶ୍ରୀ ମୋହନ ବଡ଼ ନାୟକ ,ସମ୍ପାଦକ ଦଣ୍ଡପାଣି ମାଝୀ ,ପୂଜକ ରଘୁନାଥ ଦାସ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।
Tags:
ମୁଖ୍ୟ ଖବର


