ଭଞ୍ଜନଗର :ମୋ ନିୟୁଜ ଓଡିଶା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ସମରବନ୍ଧ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫାଇଲେରିଆ ନିରାକରଣ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ବନମାଳି ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସଚେତନତା ରାଲିରେ ଅତିଥି ରୂପେ ଏଏନଏମ ଶୁଭଶ୍ରୀ ସ୍ୱାଇଁ, ସୋସିଆଲ ମୋବିଲାଈଜାର ସତ୍ୟନାରାୟଣ ମିଶ୍ର, ଶିକ୍ଷକ ରମେଶ ନାୟକ, କାଳୁ ଚରଣ ବେହେରା, ଶିକ୍ଷୟିତ୍ରୀ ସୁବର୍ଣ୍ଣା ସାହୁ, ଜୟନ୍ତୀ ମଞ୍ଜରୀ ସାହୁ, ଚନ୍ଦ୍ରିକା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଫାଇଲେରିଆ ରୋଗ କାରଣ ଏବଂ ନିରାକରଣ ପାଇଁ ରହିଥିବା ବିଭିନ୍ନ ଦିଗ ଉପରେ ଗାଁ ଲୋକଙ୍କୁ ସଚେତନ କରାଯାଇ ଥିଲା। ସେହିଭଳି ଆସନ୍ତା ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତେ ଯେପରି ଔଷଧ ସେବନ ଠିକ୍ ଭାବେ କରିବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ପାଖରେ ଔଷଧ ସେବନ ବ୍ୟବସ୍ଥା ଓ ପରିମାଣ ଯେପରି ନିର୍ଭୁଲ ରହିବ ଏଥି ନିମନ୍ତେ ଉପଯୁକ୍ତ ତାଲିମ୍ ନିୟୋଜିତ କର୍ମଚାରୀଙ୍କୁ ଦିଆଯାଇଛି। ଏଣୁ ସମସ୍ତେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇ ଥିଲା। ଏଥିରେ ସମରବନ୍ଧ ସବସେଣ୍ଟର ଅଧିନସ୍ଥ ସମସ୍ତ ଆଶା ଓ ଅଙ୍ଗନବାଡି ଦିଦି ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସେହିଭଳି ତାରାସିଂ, ବରଗାଁ, ଅଳସୁ ଏବଂ ଛାମୁଣ୍ଡା ଅଞ୍ଚଳରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଦେଖିବାକୁ ମିଳିଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


