ଭଞ୍ଜନଗର :ମୋ ନିୟୁଜ ଓଡିଶା ଭଞ୍ଜନଗର ସହରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଆବାହକତ୍ୱରେ ବୁଧବାର "ବିଭାଜନ ବିଭୀଷିକା’ ସ୍ମୃତି ଦିବସ ପାଳନ କାଯ୍ୟକ୍ରମରେ ହର ଘର୍ ତ୍ରିରଙ୍ଗା, ଘର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଇପାସ ରୋଡ଼ସ୍ଥିତ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ନାୟକ ଓ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା। ଚାଲି ଚାଲି ୧୦୦ ମିଟର ତ୍ରିରଙ୍ଗା ଧରି ଉଭୟ ବିଧାୟକ ଓ ସାଂସଦଙ୍କ ସମେତ ବହୁ ବିଜେପି କର୍ମୀ ଏବଂ ଅଞ୍ଚଳବାସୀ ଏଥିରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଚକରା ବିଷୋୟୀ ଛକ, ଭେଜିପୁଟ, ଖାଲାସୀ ସାହି, ମେନରୋଡ଼ ଦେଇ ସ୍ଥାନୀୟ ଟାଉନ ହଲ ଠାରେ ଶେଷ ହୋଇଥିଲା। ଦେଶ ମାତୃକାର ସେବା କରିବାକୁ ବିଧାୟକ ଓ ସାଂସଦ ସମସ୍ତଙ୍କୁ ଏହି କାଯ୍ୟକ୍ରମରେ ଆହ୍ୱାନ ଦେଇଥିଲେ। ଏହା ପରେ ଟାଉନ ହଲରେ ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ "ବିଭାଜନ ବିଭୀଷିକା’ ସୃତି ଦିବସ ପାଳନ ନିମିତ୍ତ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ପୌରାହିତ୍ୟରେ ଏହି କାଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ ନାୟକ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ମୁଖ୍ୟ ବକ୍ତା ଯତୀନ ମାହାନ୍ତି, ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର, ବରିଷ୍ଠ ନେତା ସନ୍ତୋଷ ତିଆଡ଼ି, ନଗର ମଣ୍ଡଳ ସମ୍ପାଦକ ବିଷ୍ଣୁ ପ୍ରଧାନ, ମୁଜାଗଡ଼ ମଣ୍ଡଳ ସଭାପତି ଧୋବା ଗୌଡ଼, କୁଲାଡ଼ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ଦାସ, ଗ୍ୟାଲେରୀ ମଣ୍ଡଳ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ବିଡ଼ିପୁର ମଣ୍ଡଳ ସଭାପତି ସନ୍ତୋଷ ବିଷୋୟୀ, ତାରାସିଙ୍ଗି ମଣ୍ଡଳ ସଭାପତି ନୀଳାଞ୍ଚଳ ଖିଲାର, ମାନସ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥି ମାନେ ସାରା ଦେଶରେ ତିନି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି "ବିଭାଜନ ବିଭୀଷିକା" କାଯ୍ୟକ୍ରମ ଏକ କ୍ରାନ୍ତି ହେବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଜନସାଧାରଣଙ୍କ ତ୍ୟାଗ ଓ ବଳିଦାନକୁ ଅତିଥି ମାନେ ମନେ ପକାଇବା ସହ ଶ୍ରୁତି ଚାରଣ କରିଥିଲେ। ଯୁବ ନେତା ରବୀନ୍ଦ୍ର କୁମାର ଗୌଡ଼ ମଞ୍ଚ ପରିଚାଳନା କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


