ସ୍ବର୍ଗତ କେ. ଭାସ୍କର ପାତ୍ର ଙ୍କ ଜନ୍ମଦିନ ଅବସର ରେ ତାଳଗାଁ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ତାଳ ଗାଁ ସ୍ଥିତ ପଦ୍ମାବତୀ କାଜୁ ଇଣ୍ଡଷ୍ଟ୍ରି ପରିସରରେ ଗୁରୁବାର ସକାଳ 11 ଘଣ୍ଟ ସମୟରେ ଅଙ୍ଗାରଗାଁ ର ସମାଜସେବୀ ସ୍ବର୍ଗତ କେ. ଭାସ୍କg ପାତ୍ରଙ୍କ 75 ତମ ଜନ୍ମଦିନ ଉପଲକ୍ଷେ ଏକ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର  ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉଦଘାଟନ କରିଥିବା ବେଳେ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ସମାଜସେବୀ ଚିତ୍ରସେନ ପରିଡା, ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ, ସ୍ବର୍ଗତ ପାତ୍ର ଙ୍କ ଦୁଇ ପୁଅ ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ପାତ୍ର, ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ , ଅଙ୍ଗାର ଗାଁ ମଣ୍ଡଳ ସଭାପତି ନାରାୟଣ ସୁମନ୍ତରାୟ , ପୂର୍ବତନ ସରପଞ୍ଚ ସରୋଜ କୁମାର ସାହୁ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ଆଲୋକ କୁମାର ଶତପଥୀ, ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ଭୂୟାଁ ଉପସ୍ଥିତ ରହିଥିଲେ । ମେଡିକାଲ କର୍ମଚାରୀ ମନୋଜ କୁମାର ପାଢ଼ୀ, ସୁଜିତ କୁମାର ସାହୁ, ଅଶ୍ୱିନୀ ନାୟକ, ରାମହରି ପଣ୍ଡା, ଅମୁଲ୍ୟ ବେହେରା ସହଯୋଗ କରିଥିଲେ। ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ ବୋଲି କହି ରକ୍ତଦାତାଙ୍କୁ ଉସ୍ଛାହିତ କରିଥିଲେ ଅତିଥି ବୃନ୍ଦ ।

ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ସମସ୍ତ କର୍ମୀ ସହଯୋଗ ପ୍ରଦାନ କରିଥିଲେ। ମୋଟ 67 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Post a Comment

Previous Post Next Post