ଆଧୁନିକ ଯୁଗରେ ଲୋପ ପାଇଗଲାଣି ଗଞ୍ଜାମର ଗହ୍ମାଡିଆ

ଭଞ୍ଜନଗର ମୋ ନିୟୁଜ ଓଡିଶା : ପରମ୍ପରା ଓ ପାରମ୍ପରିକ ରୀତିନୀତି ଦିନକୁ ଦିନ ଲୋପ ହେବାକୁ ଲାଗିଛି। ଦିନେ ଯେଉଁ ପରମ୍ପରାକୁ ନେଇ ଆମେ ଗର୍ବ କରୁଥିଲେ ଏବଂ ଭାଇଚାରର ସମ୍ପର୍କଟିଏ ଗଢ଼ି ଉଠିଥିଲା ଆଜି ସେ ପରମ୍ପରା ସବୁ ଆଧୁନିକତାର ଯାକଯକମରେ ହଜିବାରେ ଲାଗିଛି। ହେଲେ ଆଜି ବି ଏହି ପରମ୍ପରା ସବୁକୁ ବଞ୍ଚାଇକୁ ଚେଷ୍ଟା କରୁଛନ୍ତି କିଛି ସାମାଜିକ ସଙ୍ଗଠନ, ଶୃଙ୍ଖଳିତ ଗ୍ରାମବାସୀ ତଥା ଉଦ୍ୟମି ଯୁବକ। ଗଞ୍ଜାମ ଜିଲ୍ଲାର ଏମିତି ଏକ ପରମ୍ପରା ହେଉଛି ଗହ୍ମା ଡିଆ। ରକ୍ଷା ବନ୍ଧନ ବା ରାକ୍ଷି ପୂର୍ଣ୍ଣିମା ଦିନ ଭାଇ ଟି ହାତରେ ଭଉଣୀ ରକ୍ଷା ସୂତ୍ରଟିଏ ଯେତେବେଳେ ବାନ୍ଧି ଦିଏ ସେତେବେଳେ ଭାଇ ମଧ୍ୟ ଭଉଣୀକୁ କିଛି ଉପହାର କିମ୍ବା କିଛି ପଇସା ଦେଇଥାଏ। ଏହି ଅବସରରେ ଘରେ ଘରେ ପିଠା ପଣା ମଧ୍ୟ ହୋଇଥାଏ। ଏହି ପର୍ବକୁ ଆହୁରି ମଜା ଓ ଆମୋଦ ଯୁକ୍ତ କରିବା ପାଇଁ କିଛି ଖେଳ କୁଦ ପ୍ରତିଯୋଗିତା କରାଯାଏ। ଯେମିତିକି ଗହ୍ମାଡିଆ। ଏହି ଖେଳରେ ଚାଷୀ ଭାଇମାନେ ଯେତେବେଳେ ହଳ ଲଙ୍ଗଳ ଧରି ସନ୍ଧ୍ୟାରେ ଫେରିଥାନ୍ତି ସେତେବେଳେ ସେମାନେ ଆମୋଦ ପ୍ରମୋଦ ଭାବେ ଏହି ଗହ୍ମା ଡିଆକୁ ଖେଲିଥାନ୍ତି। ମାଟିର ଉଚ୍ଚ ପାହାଡକୁ ଡେଇଁ, ଦୁଇ ବାଉଁଶ ମଝିରେ ଦଉଡିରେ ବନ୍ଧା ଯାଇଥିବା ଉପହାର ଜିନିଷକୁ ଯିଏ ଛୁଇଁବ ସେ ସେହି ଉପହାରକୁ ନେବ। କିଛି ଅଂଚଳରେ ହାଣ୍ଡି ବଡ଼ିଆ ପ୍ରତିଯୋଗୀତା ମଧ୍ୟ ହୋଇଥାଏ। ଏହି ସବୁ ଖେଳ ବର୍ତ୍ତମାନ ବିଲୁପ୍ତ ହୋଇ ଗଲାଣି, କିନ୍ତୁ ଭଞ୍ଜନଗର ବ୍ଲକ ସାନତୁଳସୀ ପଲ୍ଲୀ ଗ୍ରାମର ଦୁଇ ଭାଇ ସୁନୀଲ ନାୟକ ଓ ଅନିଲ ନାୟକ ପୁଣି ସେହି ଗହ୍ମା ଡିଆ ପ୍ରତିଯୋଗିତା କରାଇଥିଲେ। ଏହି ପ୍ରତିଯୋଗିତାରେ ବହୁ ଯୁବକ ଭାଗ ନେଇ ପୁରସ୍କାର ଜିତିବା ସହ ଆନନ୍ଦ ଅନୁଭବ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post