ରାଣୀ ଭୂମିରେ ସ୍ୱତନ୍ତ୍ର ଗୋ ପୂଜନ ଉତ୍ସବ

ଭଞ୍ଜନଗର :ମୋ ନିୟୁଜ ଓଡିଶା ପବିତ୍ର ରକ୍ଷା ବନ୍ଧନରେ କେବଳ ଯେ ଭଉଣୀଟିଏ ଭାଇକୁ ରାଖୀ ବାନ୍ଧି ଥାଏ ତା ନୁହେ। ଏହା ବ୍ୟତୀତ ଏହି ଦିନରେ ପ୍ରଭୁ ବଳଦେବଙ୍କ ଜନ୍ମ ଉତ୍ସବ ମଧ୍ୟ ଓଡ଼ିଶାର ପୁର ପଲ୍ଲୀରେ ହର୍ଷ ଉଲ୍ଲାସରେ ପାଳନ କରାଯାଏ। ସକାଳୁ ଉଠି ଗାଇ ଗୋରୁ ମାନଙ୍କୁ ସ୍ନାନ କରାଇବା ପରେ ପୂଜା ଅର୍ଚ୍ଚନା କରାଯାଏ। ତାପରେ ଘରେ ପ୍ରସ୍ତୁତ ହୋଇଥିବା ସ୍ୱାଦିଷ୍ଟ ଖାଦ୍ୟ ଦିଆ ଯାଏ। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଛି ଓ ଏହି ପରମ୍ପରାକୁ ଏଯାବତ ବଜାୟ ରଖିଛନ୍ତି ଜଗନ୍ନାଥ ପ୍ରସାଦ ରାଣୀ ଭୂମୀ ଗ୍ରାମବାସୀ। ତାକରଡା ମଠର ଅଶୋକନନ୍ଦ ବ୍ରହ୍ମ ଚାରୀ ମହାରାଜ ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀର ଗଞ୍ଜାମ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦଳବେହେରାଙ୍କ ପ୍ରଚେଷ୍ଟାରେରେ ଗୋ ପୂଜନ ଉତ୍ସବ ପାଳନ ହୋଇଥିଲା। ଗାଈ ଗୋରୁ ମାନଙ୍କୁ ହଳଦୀ ପାଣିରେ ଗାଧୋଇବା ପରେ ପୁଜା କରିଥିଲେ। ଏହି କାର୍ଯ୍ୟ କ୍ରମରେ କୁର୍ମୀ କ୍ଷେତ୍ରୀୟ ସମାଜ ଛାମୁଣ୍ଡା ମୁଠା ସଭାପତି ଅକ୍ଷୟ କୁମାର ଦଳ ବେହେରା, ରବୀନ୍ଦ୍ର ଦଳ ବେହେରା, ବୁବୁନା ଦଳ ବେହେରା, ପାଣୁ ପ୍ରଧାନ, ଗିରିଧାରୀ ଡାକୁଆ, ଗୋପାଳ ଗୌଡ଼ ଓ କେଦାର ନାଥ ଦଳ ବେହେରା ଓ ଗ୍ରାମ ବାସୀ ସହଯୋଗ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post