ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦକ୍ଷିଣ ବସ୍ତରରେ ଗତକାଲି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ଜଣେ ମାଓବାଦୀ ଯବାନଙ୍କ ଦ୍ଵାରା ନିପାତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରୁ ଅସ୍ତ୍ରଶସ୍ତ୍ର ସହିତ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଯବାନମାନେ ଉଛୁଳା ଇନ୍ଦ୍ରାବତୀ ନଦୀକୁ ପାର କରି ଏହି ଅପରେସନ୍ କରିଥିଲେ।
ବାସ୍ତବରେ, ଦକ୍ଷିଣ ବସ୍ତର ଦନ୍ତେୱାଡାର ଗିଧମ ପୁଲିସ ଥାନା ଅଧୀନରେ ଥିବା ଗାଁ ନେଲଗୋଡା ତୁମନାର , ଇକେଲି ନିକଟସ୍ଥ ଜଙ୍ଗଲ ପାହାଡରେ ୧୦-୧୫ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଯବାନ ମାନେ ସୂଚନା ପାଇଥିଲେ। ସୂଚନାକୁ ଭିତ୍ତି କରି ଦନ୍ତେୱାଡା ଜିଲ୍ଲାର ବସ୍ତର ଫାଇଟର୍ସ ଏବଂ ଡିଆରଜି ଯବାନ ଅଞ୍ଚଳରେ ନକ୍ସଲ ପାଟ୍ରୋଲିଂ ସର୍ଚ୍ଚ ଅପରେସନ୍ କରିଥିଲେ। ଯବାନ ମାନେ ଉଛୁଳା ଇନ୍ଦ୍ରାବତୀ ନଦୀର ପ୍ରବଳ ସ୍ରୋତକୁ ଖାତିର ନ କରି ନଦୀ ପାର ହୋଇ ଏହି ଅପରେସନ୍ ଜାରି ରଖିଥିଲେ।
ଏହି ଅପରେସନ୍ ସମୟରେ ମାଓବାଦୀମାନେ ପୁଲିସ ଆସିବା ଜାଣି ପାରି ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଡିଆରଜି ବସ୍ତର ଫାଇଟର ଟିମ ଉପରେ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଯବାନ ମାନେ ମଧ୍ୟ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନକ୍ସଲ ତରଫରୁ ଗୁଳି ବିନିମୟ ବନ୍ଦ ହେବା ପରେ ଘଟଣା ସ୍ଥଳରେ ଯବାନଙ୍କ ଦ୍ଵାରା ତଲାସି କରାଯାଇଥିଲା। ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ସହିତ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ନିହତ ମାଓବାଦୀଙ୍କ ପରିଚୟ, ଯିଏ ବୋଧହୁଏ ନକ୍ସଲ ସଂଗଠନର ପ୍ଲାଟୁନ୍ ନଂ-୧୬ ସକ୍ରୀୟ ସଦସ୍ୟ ଥିବା ପୁଲିସ ଅନୁମାନ କରୁଛି। ସମସ୍ତ ଯାଞ୍ଚ ପରେ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ପକ୍ଷରୁ ସୂଚନା।


