ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ ତା 07/08/2024 ରିଖ ମଙ୍ଗଳବାର ଦିନ ନୂଆଗଡ଼ ଲକ୍ଷ୍ମୀ ନାରାୟଣ ବିଦ୍ୟାପୀଠ ଠାରେ ଜିଲ୍ଲା ଜୁନିଅର ରେଡ଼କ୍ରସର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଶିବିରକୁ ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ବଳ ସାଧନ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଶିହଳ ମନ୍ତ୍ର ଉଚ୍ଚାରଣ କରିଥିଲେ |ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଜୁନିଅର ରେଡକ୍ରସର ଇତିହାସ, ବିଦ୍ୟାଳୟରେ ରେଡ଼କ୍ରସର ଭୂମିକା ସମ୍ପର୍କରେ ଶିକ୍ଷା ଦାନ କରିଥିବା ବେଳେ ରକ୍ତର ଗ୍ରୁପ ଓ ରକ୍ତ ଦାନର ଉପକାରିତା ବିଷୟରେ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ ଶିକ୍ଷା ଦାନ କରିଥିଲେ | ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ଓ ଶ୍ରୀ ପ୍ରହଲ୍ଲାଦ ଶିହଳ ପ୍ରାଥମିକ ଚିକିତ୍ସା ଓ ବିଦ୍ୟାଳୟ ସ୍ତରରେ ତାହାର ଉପଯୋଗ ବିଷୟରେ ବୁଝାଇଥିଲେ |ଜିଲ୍ଲା ଜୁନିଅର ରେଡ କ୍ରସ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ ଉପସ୍ଥିତ ରହି ପରାମର୍ଶଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଶ୍ରୀ ସଂଜୀବ କୁମାର ଦାସ ଏହି ଶିବିରକୁ ପରିଚାଳନା କରିଥିବା ବେଳେ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |


