ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଷଣ୍ଢମୂଳ ପଂଚାୟତ ଗସ୍ତ କରିଛନ୍ତି । ଷଣ୍ଢମୂଳ ଠାରେ ପହଂଚିଵା ପରେ ବରିଷ୍ଠ ନେତା ଜୟରାମ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ, ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ, ହିମାଂଶୁ ସ୍ୱାଇଁ ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହି ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପଂଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ଲୋକଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହ ସମସ୍ତେ ମିଳିମିଶି ପଂଚାୟତର ଉର୍ନ୍ନତି ପାଇଁ କାମକରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ରାହାଡା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ସେବା ଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମନୋଜ କୁମାର ସାହୁ ଓ କର୍ମଚାରୀଙ୍କ ସହ ଆଲୋଚନା ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
Tags:
ମୁଖ୍ୟ ଖବର


