ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଫେରାର ଥିବା ୨ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନାନୁଯାୟୀ ଗତ ଏପ୍ରିଲ ମାସ ୨୮ ତାରିଖରେ ୫୨୫ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଚାଲାଣକାରୀ ମାନେ ଓରକେଲ ପୋଲିସ ହାବୁଡ଼ରେ ପଡିଥିଲେ। ଉକ୍ତ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ ୨ ଚାଲାଣକାରୀ ଫେରାର ହୋଇଯାଇଥିଲେ। ଆଜି ଫେରାର ୨ ଚାଲାଣକାରୀ ଙ୍କୁ ପୋଲିସ ସେମାନଙ୍କ ନିଜ ଗ୍ରାମ ପାଡାଲପୁଟ ରୁ ଗିରଫ କରିଛି। ଗିରଫ ହୋଇଥିବା ୨ ଚାଲାଣକାରୀ ହେଲେ ଭକ୍ତରାମ ଏବଂ ଧନ ମୁଦୁଲି। ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।
Tags:
ମୁଖ୍ୟ ଖବର


