କୋଦଳା ମୋ ନିୟୁଜ ଓଡିଶା
କୋଦଳା ବିଜୁ ଜନତା ଦଳର କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ୭୮ ତମ ସ୍ବାଧିନତା ଦିବସ। ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରିଥିଲେ। ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପରେ ଦେଶ ପାଇଁ ସ୍ବାଧୀନତା ଆଣିଥିବା ମହାପୁରୁଷଙ୍କ ଉଦେଶ୍ୟରେ ବକ୍ତବ୍ୟ ରଖିଥିଲେ ଶ୍ରୀ ସାହୁ।
ଦୀର୍ଘ 200 ବର୍ଷ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ 1947 ଆଜିର ଦିନରେ ଭାରତ ଇଂରେଜଙ୍କ କବଳରୁ ମୁକ୍ତ ହୋଇ ସ୍ବାଧୀନତାର ସ୍ବାଦ ଚାଖିଥିଲା । ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ 15କୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଉଛି । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରାଇବା ପାଇଁ ଅନେକ ସ୍ବାଧୀନତା ସଂଗ୍ରାମୀ ଓ କୋଟି କୋଟି ଦେଶପ୍ରେମୀଙ୍କ ବଳିଦାନ, ତ୍ୟାଗ, ସଂଘର୍ଷ, ବୀରତ୍ବ ଓ ସାହସକୁ ଆଜିବି ମନେ ରଖିଛି ଦେଶ ବୋଲି ବକ୍ତବ୍ୟରେ କହିଥିଲେ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ। ଏହି ଅବସରରେ କବିସୂର୍ଯ୍ୟନଗର ଯୁବ ସଂଗଠନର ବହୁ ସଦସ୍ଯଙ୍କ ସହ ବିଜେଡି ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।


