ଘରୁ ଡାକି ନେଇ କଲେ ହତ୍ୟା

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଭଞ୍ଜନଗର ଥାନା ଅନ୍ତର୍ଗତ ଘୁ. ରମ୍ଭା ଗାଁ ବନ୍ଦର ସାହିର ଏକ ଯୁବକକୁ ତାର ଦୁଇଜଣ ସାଙ୍ଗ ଘରୁ ଡାକି ନେଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ କଳିଙ୍ଗା ଘାଟି ତଳକୁ ଫିଙ୍ଗି ଦେଇଛନ୍ତି। ପୁଣି ପ୍ରମାଣ ନଷ୍ଟ କରିବା ପାଇଁ ଏକ ଗଛ ମୂଳରେ ମୃତ ଦେହକୁ ପୋତି ଦେଇଥିଲେ। ମୃତକ ହେଲେ ରମ୍ଭା ଗାଁର ଯଜ୍ଞ ପ୍ରଧାନ। ପରିବାର ଲୋକ ବହୁ ଖୋଜାଖୋଜି ପରେ ଗତ ୧୦ତାରିଖ ଦିନ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ କରିବା ପରେ ଆଜି ନିଖୋଜ ଯଜ୍ଞ ପ୍ରଧାନର ମୃତ ଦେହ କଳିଙ୍ଗା ଘାଟି ତଳ ଜଙ୍ଗଲରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଗତ ୩୦ତାରିଖ ଦିନ ଯଜ୍ଞର ଦୁଇଜଣ ସାଙ୍ଗ ଘରୁ ବାଇକରେ ବସାଇ ଆଣିଥିଲେ। ସେହିଦିନ ଠାରୁ ତାର ସନ୍ଧାନ ପାଇନଥିଲେ ପରିବାର ଲୋକ। ପୋଲିସ ସେହି ଦୁଇ ଜଣ ସାଙ୍ଗକୁ ଅଟକ ରଖି ପଚାରିବାରୁ ସେମାନେ ତାକୁ ହତ୍ୟା କରିବା ସ୍ୱୀକାର କରିବା ସହିତ ଘଟଣା ସ୍ଥଳକୁ ପୋଲିସକୁ ମୃତ ଦେହ ପୋତା ଯାଇଥିବା ସ୍ଥାନ ଦେଖାଇ ଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା କହିଛନ୍ତି। ଅନ୍ୟ ପଟେ ମୃତ ଯଜ୍ଞ ପ୍ରଧାନ କିଛି ଚେର ମୂଳିକା ଔଷଧ ଦିଆନିଆ କରୁଥିବା ଜଣାପଡିବାରୁ ଗୁଣିଗାରେଡି ଦିଗକୁ ମଧ୍ୟ ସନ୍ଧେହ ବଢ଼ିବାରେ ଲାଗିଛି। ଏପଟେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହୁଛନ୍ତି ଘଟଣାର ସମ୍ପୂର୍ଣ ତଦନ୍ତ ପରେ ହିଁ ସତ୍ୟ ସତ୍ୟତା ଜଣାପଡିବ। ମୃତକର ମା ଓ ଭାଉଜ ମଧ୍ୟ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବା ପାଇଁ ଦାବୀ କରିଛନ୍ତି। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post