ସୁମଣ୍ଡଳ ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

 


ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଂଚାୟତ ପରିସରରେ ବୁଧବାର ଅପରାହ୍ନ 4 ଘଣ୍ଟ ସମୟରେ ସରପଞ୍ଚ ଶିବ ଶଙ୍କର ବାରିକଙ୍କ ତତ୍ୱାବଧାନରେ ଏକ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ସ୍ଥାନୀୟ ସରପଞ୍ଚ ଶିବ ଶଙ୍କର ବାରିକ ଉଦଘାଟନ କରିଥିବା ବେଳେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ସମବାୟ ନିର୍ଦେଶକ ହୃଷିକେଶ ମେହେଣା,ସମିତି ସଭ୍ୟ ସନ୍ତୋଷ କୁମାର ସାହୁ,ସମାଜସେବି ଦେବେନ୍ଦ୍ର ମହାରଣା,ମହେନ୍ଦ୍ର କୁମାର ଗୌଡ଼,ବସନ୍ତ କୁମାର ବାରିକ,ଶରତ କୁମାର ଜେନା, ସମସ୍ତ ୱାର୍ଡ ସଭ୍ୟ, ମିଶନ ଶକ୍ତି ମହିଳା ମାନେ ଓ ଯୁବକ ସଂଘ ସଦସ୍ୟ ଉପସ୍ଥିତ ରହିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମଚାରୀ  ମନୋଜ କୁମାର ପାଢ଼ୀ, ସୁଜିତ କୁମାର ସାହୁ, ଅଶ୍ୱିନୀ ନାୟକ, ରାମହରି ପଣ୍ଡା, ଅମୁଲ୍ୟ ବେହେରା ରକ୍ତ ସଂଗ୍ରହ କରିଥିଲେ। ଏଥିରେ ପଂଚାୟତ କର୍ମଚାରୀ, ଯୁବକ ଭାଇ ମାନେ  ସହଯୋଗ ପ୍ରଦାନ କରିଥିଲେ। ମୋଟ 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Post a Comment

Previous Post Next Post