ମୋ ନିୟୁଜ ଓଡିଶା ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗ ଦାନ ଏକ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ। ଏଭଳି ବାର୍ତ୍ତା ଦେଇ ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ। ଖଲ୍ଲିକୋଟ କଲେଜ୍ ସମ୍ମୁଖରେ ରୋଟାରୀ କ୍ଲବର ବହୁ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ନିଜେ ଦସ୍ତଖତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମଧ୍ଯ ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି।
ପ୍ରତିବର୍ଷ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଏ । ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଅଙ୍ଗ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଦିନ ପ୍ରତିବର୍ଷ ପାଳନ କରାଯାଏ । ଅଙ୍ଗ ଦାନ ସେମାନଙ୍କ ପାଇଁ ଏକ ବଡ଼ ଉପହାର, ଯାହାର ଅଙ୍ଗ ରୋଗ ଶେଷ ପର୍ଯ୍ୟାୟରେ ଅଛି ଏବଂ ଯିଏ ପ୍ରତିରୋପଣ ଆବଶ୍ୟକ କରନ୍ତି । ଯେଉଁ ବ୍ୟକ୍ତି ନିଜର ଅଙ୍ଗ ଦାନ କରନ୍ତି ତାଙ୍କୁ ‘ଅଙ୍ଗ ଦାତା’ କୁହାଯାଉଥିବାବେଳେ ଅଙ୍ଗ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ‘ପ୍ରାପ୍ତକର୍ତ୍ତା’ କୁହାଯାଏ ।