(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଵ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସରେ ରବିବାର ଅଲ ଇଣ୍ଡିଆ ଥିଏଟର କାଉନସିଲର ଓଡିଶା ଶାଖାର ବୈଠକ ଏଆଇଟିସି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀ ଏବଂ ରାଷ୍ଟ୍ରୀୟ ସାଂଗଠନିକ ସଚିବ ପ୍ରବୀର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡିଶା ଶାଖା ସଭାପତି ରାମଚନ୍ଦ୍ର ସାସମଲଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଏକ୍ସ କ୍ୟାଡର ଶିକ୍ଷକ ମହାସଂଘର ସମ୍ପାଦକ ନିଶାମଣି ପ୍ରଧାନ ଯୋଗଦେଇ ଏଆଇଟିସି ଓଡିଶା ଟିମକୁ ଶୁଭେଚ୍ଛା ଜଣେଇବା ସହିତ ଆଗାମୀ ଦିନରେ ଓଡିଶା ଶାଖା ଅଧିକରୁ ଅଧିକ ବିସ୍ତାର ହେଉ ବୋଲି କହିଥିଲେ । ଓଡିଶା ଟିମକୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପାଢ଼ୀ ଶପଥ ପାଠ କରେଇଥିବା ବେଳେ ରାଷ୍ଟ୍ରୀୟ ସାଂଗଠନିକ ସଚିବ ଶ୍ରୀ ଜେନା ଏଆଇଆଇଟିର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଜଣେଇଥିଲେ । ଏଆଇଟିସି ଓଡିଶା ଟିମ ସଦସ୍ୟଙ୍କୁ ଅତିଥିଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନ କୁ ସୁଦୃଢ଼ କରିବା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ନିଜର ମତପୋଷଣ କରିଥିଲେ । ବୈଠକରେ ଏଆଇଟିସି ଓଡ଼ିଶାର ଉପଦେଷ୍ଟା ରାଜେନ୍ଦ୍ର ପାଢ଼ୀ,ଉପସଭାପତି ବବିତା ସ୍ୱାଇଁ,ଦୀନବନ୍ଧୁ ଶତପଥୀ,ଅଭିମନ୍ୟୁ ମିଶ୍ର,ସାଧାରଣ ସମ୍ପାଦକ ବିଶ୍ବମ୍ବର ସାହୁ,କୋଷ।ଧକ୍ଷ ସିଏଚ.ଦେବଦାସ,ଯୁଗ୍ମ ସମ୍ପାଦକ କୈଳାସ ପାଣିଗ୍ରାହୀ,ଶଙ୍କର ସାହୁ ଏବଂ ସାଂଗଠନିକ ସଚିବ ରାନୁ ମହାପାତ୍ର ପ୍ରମୁଖଙ୍କ ସହ ଓଡିଶା ରାଜ୍ୟର ବିଭିନ୍ନ ସଦସ୍ୟ ଯୋଗଦେଇଥିଲେ । ଡା.ମିହୀର କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନିଲ କୁମାର ପାତ୍ର,ପ୍ରଦୀପ ପଣ୍ଡା,ଶଙ୍କର୍ଷଣ ସାବତ,ସୁନିଲ ସ୍ୱାଇଁ,ସୁଶାନ୍ତ ପାଣିଗ୍ରାହୀ, ସୁମନ ପାଢ଼ୀ,ଅରୁଣ ପଣ୍ଡା,କିଶୋର ଦଳେଇ,କାଜଲ ଦାସ,ବୃନ୍ଦାବନ ମିଶ୍ର,ତାରାକାନ୍ତ ମଲ୍ଲିକ,ରବୀନ୍ଦ୍ର ରାଉତ,ଅଶୋକ ପାଣିଗ୍ରାହୀ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


