ମହିଳା ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

 


ଭଞ୍ଜନଗର: ମୋ ନିୟୁଜ ଓଡିଶା ପଶ୍ଚିମବଙ୍ଗରେ ମହିଳା ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ ନେଇ ଗୁରୁବାର ଦିନ ଅପରାହ୍ନରେ କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତି ଅମାନବୀୟ ଭାବେ ଯେଉଁ ଭଳି ମହିଳା ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଛି ତାହାକୁ ନିନ୍ଦା କରିବା ସହିତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ କଠୋର ଦଣ୍ଡ ଦେବା, ଦେଶର ସମସ୍ତ ମହିଳା ବିଶେଷ କରି କର୍ମଜୀବୀ ମହିଳା, ଅଧ୍ୟୟନରତ ଛାତ୍ରୀମାନଙ୍କ ନିରାପତା, ସୁରକ୍ଷା ଓ ସମ୍ମାନ ପାଇଁ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଦାବୀ କରିବା ସହିତ ମହାମହିମ ରାଷ୍ଟ୍ରପତିଙ୍କୁ ଉପ-ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର କ୍ଲବ ତରଫରୁ ପ୍ରଦାନ କରାଯାଇଛି। ଆଜି ଆମେ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି ସତ କିନ୍ତୁ ଆଜି ବି ଜଣେ ନାରୀ ସ୍ୱାଧୀନତାର ସହିତ ବଞ୍ôଚ ପାରୁନାହିଁ। ଯିଏ ଅନ୍ୟର ଜୀବନ ବଞ୍ଚାଇବାକୁ ଦିନ ରାତି ସଂଘର୍ଷ କରିଥାଏ ତାହାର ଜୀବନ ଏପରି ଚାଲିଯିବା ଏକ ଦୁଃଖ ଓ ପରିତାପର ବିଷୟ। ତେଣୁ ଯେତେଦିନ ପର୍ଯ୍ୟନ୍ତ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ନାରୀକୁ ସମ୍ମାନ ଏବଂ ସୁରକ୍ଷା ମିଳିପାରିବ ନାହିଁ। ଏହିପରି ସ୍ଲୋଗାନ ଦେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରୁ ଆରମ୍ଭ ହୋଇ ଖାଲାସି ସାହି, ମେନ୍‍ରୋଡ଼, ଥାନା, ବସ୍‍ଷ୍ଟାଣ୍ଡ, ହନୁମାନ ମନ୍ଦିର ଦେଇ ଶେଷରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ। ସେଠାରେ ପହଞ୍ôଚ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀଙ୍କୁ ପ୍ରଦାନ କରାଯାଇଥିଲା। ମିଡ଼ିଆ କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ଉପ-ସଭାପତି ପୁରୁଷୋତ୍ତମ ମହାପାତ୍ରଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହା ସହ ବିଭିନ୍ନ ଅନୁଷ୍ଠାନ, କଲେଜ ଛାତ୍ରଛାତ୍ରୀ, ନାରୀ ସଂଗଠନ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post