ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅଧିନ ଡୁଡାମେଟା ଗ୍ରାମ ପଞ୍ଚାୟତର କୋୟାଗୁଡା ଗ୍ରାମ ଠାରେ ମୋ ଗାଁ ମୋ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ଉପଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ ,ଡୁଡ଼ାମେଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଦେବ ମାଢ଼ି, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା , ରାଜସ୍ବ ନୀରିକ୍ଷକ ବିଭୁଦତ୍ତ ଗୌଡ଼ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ଖିଲ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ସମସ୍ତ ସମସ୍ୟା ସମ୍ପର୍କରେ ବୁଝିଥିଲେ।ଏହା ପରେ ୨୬ ଜଣ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ।
Tags:
ମୁଖ୍ୟ ଖବର


