ଖୋଲିଲା ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ଏସ.ଏସ ମାର୍ଟ

  


ଉପକୃତ ହେବେ ଶ୍ରମିକ ଶ୍ରେଣୀର ଲୋକେ 

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ଆଜି ଓଡିଶା ରାଜ୍ୟ ଶ୍ରମିକ ସମବାୟ ପକ୍ଷରୁ ଏମ୍.ଭି-୯୬ ଠାରେ ଏସ ଏସ ମାର୍ଟ ର ଏକ ଗ୍ରୋସୋରି ଦୋକାନ ଉଦଘାଟନ ହୋଇଯାଇଛି lଯେଉଁଥିରେ ନିତିଦିନିଆ ସାମଗ୍ରୀ ବ୍ୟବହାର କାରାଯାଉଥିବା ଗ୍ରୋସୋରି ସାମଗ୍ରୀ କମ ଦାମ ରେ ପାଇପାରିବେ ଗ୍ରାହକ ଏବଂ ଏପରି କି ଅନ ଲାଇନ ରେ ମିଳୁଥିବା ସାମଗ୍ରୀ ମୁଲ୍ୟ ଠାରୁ ମଧ୍ୟ କମ ଦରରେ ସାମଗ୍ରୀ ଉପଲବ୍ଧ ହେବ lଏହା ରାଜ୍ୟ ସମବାୟ ସମିତି ପକ୍ଷରୁ ଏହି ଏସ ଏସ ମାର୍ଟ ଟି ଆଜି ଏମ୍. ଭି-୯୬ ଠାରେ ଉଦଘାଟନ ହୋଇଯାଇଛି lଏହି ମାର୍ଟ ର ମୁଖ୍ୟ ଲକ୍ଷ୍ୟ ହେଉଛି ଅର୍ଥନୀତି ବିକାଶ ହେବ ଶ୍ରମିକ ଙ୍କ ଶ୍ରମିକଙ୍କ ପ୍ରତି କିପରି ଅର୍ଥିକ ସ୍ତର ଉନ୍ନତି ଘଟିବ କମ ମୁଲ୍ୟ ରେ କିପରି ଭଲ ସାମଗ୍ରୀ ପାଇ ପାରିବେ ଏହା ହେଉଛି ଏକ ବିରାଟ ପ୍ରୟାସ lଏହି ଏମ୍ ଭି-୯୬ ଠାରେ ଖୋଲା ଯାଇଥିଲା ଏସ ଏସ ମାର୍ଟ ରେ ଭୁବନପାଲ୍ଲୀ ପଞ୍ଚାୟତ ରେ ରହୁଥିବା ଶ୍ରମିକ ମାନେ କିଭଳି ଦୈନନ୍ଦିନ ବ୍ୟବହାର କରୁଥିବା ଗ୍ରୋସୋରି ସାମଗ୍ରୀ କିଣି କିଭଳି ଉପକୃତ ହୋଇପାରିବେ ଏବଂ ଏହା ସହ ଏହି ରାଜ୍ୟ ସମବାୟ ସମିତିର ସଦସ୍ୟ ହେବା ସହ ଏହାର ସୁବିଧା ପାଇ ପାରିବେ ଏହି ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ସଭ୍ୟ ହେବା ଦ୍ଵାରା ବହୁତ ଉପକାରିତା ରହିଛି l ଯେଭଳି କି ଏହା ଦ୍ଵାରା ସଭ୍ୟ ଓ ସଭ୍ୟା ମାନଙ୍କୁ୧୫%ରୁ୫୦% ରିହାତି ଗୋସୋରି ସାମଗ୍ରୀ ଉପରେ ରହିବା ସହ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ପ୍ରତ୍ୟେକ ମାସରେ ମାଗଣା ରାସନ ସାମଗ୍ରୀ,୬୦ବର୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ସହାୟତା ପାଞ୍ଚ ହଜାର ରୁ ଏକ ଲକ୍ଷ ଏବଂ ମୃତ୍ୟୁ ଜନିତ ସହାୟତା କୋଡିଏ ହଜାର ସହ ଦଶ ବର୍ଷ ରାସନ ମାଗଣାରହିଥିବା ବେଳେ ସାଧାରଣ ବ୍ୟକ୍ତି ମାନଙ୍କ ପାଇଁ ସେଭଳି ସୁବିଧା ରହିଥିବା କହିଛନ୍ତି ବି. ଏମ୍ ଅଶିତ ମଣ୍ଡଲ l ଆଜିର ଏହି ଉଦଘାଟନ ହୋଇଥିବା ଏସ ଏସ ମାର୍ଟ ଟିକୁ ଭୁବନପାଲ୍ଲୀ ସରପଞ୍ଚ ପୁଷ୍ପାଞ୍ଜଳି ମାଡକାମୀ ଉଦଘାଟନ କରିଥିବା ବେଳେ ଏସ ଏସ ମାର୍ଟର ସଭ୍ୟ ପି .ଇ .ଓ ଉତ୍ପଳ ମିସ୍ତ୍ରୀ ଏ .ବି  ଏମ୍-ନିତାଇ ମଣ୍ଡଳ ଏବଂ ଏମ୍. ଭି-୯୬ର ଗ୍ରାମର ଝରଣା ରାଏ, ସୁମିତ୍ରା ହାଲଦାର,ରାଜା, ପଙ୍କଜ ରାଏ ପ୍ରମୁଖ ଉପସ୍ଥିତ ରହିଥିଲେ l

Post a Comment

Previous Post Next Post