ଭିନ୍ନକ୍ଷମ କାଳିଆ ରଇତ ଙ୍କୁଭତ୍ତା ସହାୟତା ସାହାଯ୍ୟ ରାଶି ଆସନ୍ତା ୧୫ ତାରିଖ ମିଳିବ ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ।

 


  ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୨୪/୮/ ୨୪  ଗଜଗଜପତି  ଜିଲା  ଆର .ଉଦେଇଗିରି ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୁଷିତ ଅଞ୍ଚଳରେ  ଅବସ୍ତିତ ବସ୍ତ୍ରୀଗୁଡା ପଞ୍ଚାୟତର  ଇନ୍ଦିରା କଲୋନୀ ଠାରେ କାଳିଆ ରଇତ ସମ୍ପୂର୍ଣ ଭିନ୍ନକ୍ଷମ ହେବପରେ ବ୍ଲକ ପ୍ରଶାସନ ଶିବିରେ ଭତ୍ତା ଆବେଦନ କରିଥିଲେ  ।  ଭତ୍ତା  ସରକାରଙ୍କ ତରଫରୁ  ରାଶି ଆସନ୍ତା ୧୫ ତାରିଖ  ମିଳିବ  ବୋଲି  ବ୍ଲକ ପ୍ରଶାସନ  ଅଧିକାରୀ  ସୁଚନା ପ୍ରଦାନ କରିଛନ୍ତି ।        ଆଜକୁ ପ୍ରାୟ 8 ମାସ ପୂର୍ଵ ରୁ କାଳିଆ ରଇତ ବିଲକୁ ଧାନ ମୋଳାବା ଧାନ ଉଢ଼େଇ  ପାଇଁ କୁଲି କାମକୁ ଯାଇଥିଲେ । ଧାନ ଉଢେଇବା ସମୟରେ ହଟାତ ଧାନ ଉଡ଼ା ଯନ୍ତ୍ରପାତିର ପଙ୍ଖା ହଟାତ୍  ଖସି ଯାଇ  ଉଡିଆସି କାଳିଆଙ୍କ  ଦୁଇ ଆଖିରେ ଆଘାତ ହୋଇଥିଲା । କାଳିଆ ରଇତ ରକ୍ତାକ୍ତ ହୋଇ କଚାଡି଼ ହୋଇ ତଳେ ପଡି ଯାଇଥିଲେ ।

ଘଟଣାସ୍ଥଳେ ଗ୍ରାମ ବାସୀ ପହଂଚି କାଳିଆ ଙ୍କୁ ଆର,. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା ଡାକ୍ତର ରୋଗୀଙ୍କୁ ଦେଖି ପରେ  ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ। ଉଚ୍ଚ ସ୍ବାସ୍ଥ୍ୟକେନ୍ଦ୍ରର  ଡାକ୍ତର କାଳିଆ ଙ୍କୁ ଚିକିତ୍ସା ସମୟରେ କାଳିଆଙ୍କ ଦୁଇ ଆଖି ନଷ୍ଟ ହୋଇଯାଇଛି ବୋଲି ଘୋଷଣା କରିଥିଲେ। କାଳିଆ ଯୁବକ  ସମୟ ରେ ଦୃଷ୍ଟି ହୀନ ହୋଇଗଲେ। କାଳିଆ ପରିବାର ଲୋକେ ମଜୁରୀ କରି ରୋଜଗାର କଲେ ପରିବାର ପୋଷଣ ହେଉଥିଲା  ହେଲେ ଆଜି କାଳିଆ ଙ୍କ ପରବାର ଅନ୍ଧକାରମୟ ହୋଇ ପଡିଛି।

ପରିବାର ରେ ଜଣେ ଭଉଣୀ ଅଛି। ପରିବାର ପରିପୋଷଣ କରିବେ କିପରି। ଏହା ଦେଖି ଗ୍ରାମବସି କାଳିଆ ଙ୍କୁ ଭିନ୍ନ କ୍ଷମ ପ୍ରମାଣ ପତ୍ର କରାଇପାଇଁ ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ। କିଛି ଦିନ ପରେ କାଳିଆ ଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପୋଷ୍ଟାଲ ମାଧ୍ୟମ ଆସିଥିଲା । ଏହି ପ୍ରମାଣ ପତ୍ର ଧରି କାଳିଆ ନିଜ ଗ୍ରାମ ପଞ୍ଚଯାତ କୁ ଯାଇ ଗ୍ରାମସେବକ ବା ସରପଞ୍ଚ ଙ୍କୁ ପ୍ରଣାମଣ ପତ୍ର ଦେଇଥିଲେ। 

କିନ୍ତୁ ଦୀର୍ଘ 8ମାସ ହେଲା ବାରମ୍ବାର ଭିନ୍ନକ୍ଷମ ପ୍ରଣାମ ପତ୍ର ପାଇଁ ବି ବସ୍ତ୍ରୀ ଗୁଡା ଗ୍ରାମସେବକ ଟେବୁଲ ତଳେ ରଖାଯାଉଥିଲା । ଗ୍ରାମବାସୀ ଏହି ବିଷୟ ଶୁଣି ଗ୍ରାମସେବକ ବା ସରପଞ୍ଚ ଙ୍କୁ କାଳିଆ ଭିନ୍ନ କ୍ଷମ ଭତ୍ତା ନମିଳିବା ସମସ୍ୟା କୁ ନେଇ ପଞ୍ଚାୟତ ଗୃହ ବାରମ୍ବାର ଜଣାଇବାକୁ  ପଞ୍ଚାୟତ ଅଫିସ ଠାରେ ସର୍ବଦା ତାଲା ପଡିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  କାଳିଆ ଙ୍କୁ ସରକାର ଙ୍କ ସାହାଯ୍ୟ ରାଶି ଓ ଭିନ୍ନ କ୍ଷମ ଭତ୍ତା କେବେ ନ୍ୟାୟ ମିଳିବ ବୋଲି ପରିବାର ଓ ଗ୍ରାମ ବାସୀ ଅଭିଯୋଗ କରି  ଆସୁଥିଲେ । କିଛି ମାସ  ତଳେ ଭିନକ୍ଷମ ଶିବିରରେ ଭତ୍ତା ପାଇଁ  ଆବେଦନ କରିଥିଲେ  । କିଛି ଦିନ  ହେବ  କାଳିଆ  ଭତ୍ତା ଟଙ୍କା  ଦେବାକୁ ଜିଲାପ୍ରଶାସନ ତରଫରୁ ଚିଠି  ଆସିଛି ଆସନ୍ତା ୧୫  ତାରିଖରେ କାଳିଆ ରଇତ  ଭତ୍ତା ଟଙ୍କା  ଦିଆଯିବ ବୋଲି  ବ୍ଲକର ସାମାଜିକ ସୁରକ୍ଷା  ଅଧିକାରୀ ଅରୁଣ ଉଦୟଭାନୁ  କହିଛନ୍ତି । କାଳିଆ ରଇତ  ଭତ୍ତା ଟଙ୍କା  ଆସିବା ପରେ ନୁଆଗଡ ଅଞ୍ଚଳର କିଛି ଖବର ଦାତା ମିଥ୍ୟା ଖବର ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ।

Post a Comment

Previous Post Next Post