ଗୁପ୍ତେଶ୍ଵର ପୀଠରେ ପାଣି ଢାଳିଲେ ବୋଲବମ ଶ୍ରଦ୍ଧାଳୁ

 


ମାଲକାନଗିରି  ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ଶ୍ରାବଣ ମାସର ଶେଷ ସୋମବାର ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ସଦର ସମେତ ବାଲିମେଳା ଅଞ୍ଚଳରୁ ବୋଲବମ ଶ୍ରଦ୍ଧାଳୁ ମାନେ ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠରେ ପାଣି ଢାଳିଲେ। କୋରୁକୋଣ୍ଡା ହନୁମାନ ମନ୍ଦିର ଛକ ଠାରୁ ପ୍ରାୟ ୧୮ରୁ ଅଧିକ ବୋଲବମ ଶ୍ରଦ୍ଧାଳୁ ଜଳେଶ୍ଵର ମନ୍ଦିର ନିକଟ ନଦୀରୁ ପାଣି ଉଠେଇ ଗୁପ୍ତେଶ୍ୱର ଅଭିମୁଖେ ବାହାରିଥିବା ବେଳେ ବାଲିମେଳା ସହରର ଥାନା ସାହି ଓ କାଳିଛକ ବୋଲବମ କମିଟିର ପ୍ରାୟ ୭୦ରୁ ଉର୍ଦ୍ଧ୍ବ ବୋଲବମ ଭକ୍ତ ବୁଧବାର ସକାଳେ ଚିତାପାରି ନଦୀରୁ ପାଣି ଧରିବା ପରେ ଗୁପ୍ତେଶ୍ଵର ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ସେହିପରି ସହରର ଡ୍ରଗ ଲାଇନ ବୋଲବମ କମିଟିର ପ୍ରାୟ ୭୫ ରୁ ଉର୍ଦ୍ଧ୍ବ କାଉଡ଼ିଆ,ପୋଷ୍ଟ ଅଫିସ ଲାଇନରୁ ୮୦ , ତାରିଣୀ ଛକରୁ ୩୦ କାଉଡ଼ିଆ ଚିତାପାରି ନଦୀରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ପରେ ଜଳ ଉଠାଇଛନ୍ତି ।ଆସନ୍ତା ସୋମବାର ଦିନ ଏହି ସମସ୍ତ ଦଳ ଗୁପ୍ତେଶ୍ଵରଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଛି ।ପ୍ରାୟ ୧୨୦ ରୁ ଉର୍ଦ୍ଧ କିଲୋମିଟର ଏହି ଯାତ୍ରାରେ କାଉଡ଼ିଆ ମାନଙ୍କୁ ସହାୟତା  ଓ ସେବା ଯୋଗାଇ ଦେବା ନିମନ୍ତେ କୋରୁକୋଣ୍ଡା ଓ ବାଲିମେଳା ସହରରୁ ବହୁ ସ୍ବେଚ୍ଛାସେବୀ ଯୁବକ ସେମାନଙ୍କ ସହ ଯାଇଛନ୍ତି ।ସହରର ଶତାଧିକ ଲୋକେ ଉପସ୍ଥିତ ରହି କାଉଡ଼ିଆ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Post a Comment

Previous Post Next Post