(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ପୁରୁଷୋତ୍ତମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ପରିସରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆଜିନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନକୁ ଧୂମ ଧାମରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ମନୋଜ କୁମାର ନାୟକ, ସଂମ୍ମାନିତ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରଥ ଯୋଗ ଦେଇଥିଲେ l ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ସଭାପତି ପରିଚାଳନା କରିଥିବା ବେଳେ,ନିଖିଳ ଭାରତ ସ୍ୱାୟତ୍ତ ଶାସନ ଉପଲକ୍ଷେ ପୂର୍ବରୁ ଏନଏସି ଅଫିସ ଦ୍ୱାରା ଆୟୋଜିତର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କ ସହିତ ଏନଏସି ଅଞ୍ଚଳ ବରିଷ୍ଠ ନାଗରିକ ଓ ସାମ୍ୱାଦିକ,ଏନଏସିରୁ ଜୁନ ମାସରେ ଅବସର ନେଇଥିବା ୩ ଜଣ କର୍ମଚାରୀ, ବିଚାରପତମାନଙ୍କୁ ଏହି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୁରସ୍କୃତ କରାଯାଉଥିଲା l ଶେଷରେ ବିଭିନ୍ନ ଶିକ୍ଷା ଅନୁଷ୍ଠିତର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କାଉନସିଲର ଡ଼କ୍ଟର ଅଶୋକ କୁମାର ମହାଙ୍କୁଡ, ଅରୁଣ କୁମାର ମହାଙ୍କୁଡ, ସୁଦଷ୍ଣା ବେହେରା, ପ୍ରମିତା ପଣ୍ଡା,ଶିକ୍ଷାବିତ ଏ ରାଜ ଗୋପାଳ ରାଓ, ବିଜୟ ବେହେରା,ରାମନାଥ ପାତ୍ର,ସିଡିପିଓ, ଲଳିତ ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମକୁ ଏନଏସି ବହୁ କର୍ମଚାରୀ ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ନାୟକ, ବରୁଣ କୁମାର ବେହେରା, ସିଇଓ ରଞ୍ଜିତା ପଣ୍ଡା, ଯନ୍ତ୍ରୀ ପବିତ୍ରା ପ୍ରଧାନ, ଶ୍ରଦ୍ଧାଞ୍ଜଳି ନାୟକ,ରାକେଶ ସ୍ୱାଇଁ, ରାଯିବ କୁମାର ନାୟକ,ଲକ୍ଷ୍ମୀ ବେହେରା, ପିଣ୍ଟୁ ପାତ୍ର, ସାଗର ଗୌଡ଼, ପ୍ରମୁଖ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିଲେ l