ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଦିନିକିଆ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ନଗର ଅଧକ୍ଷ ପ୍ରଦୀପ କୁମାର ନାୟକ ଓ ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ବିଜୟ କୁମାର ରାଉତ , ବିଦ୍ୟାଳୟ ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ବିଶ୍ବାଳ , ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଓ କାଉନ୍ସେଲର ମନୋଜ ପାଙ୍ଗି ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ସମସ୍ତ ଶିଶୁ ଙ୍କୁ ନିଜ ଉଦ୍ବୋଧନରେ କହିଥିଲେ ଯେ ବୈଜ୍ଞାନିକ ମନ ବୃତିକୁ ପରିପୁଷ୍ଟନ କରିବା ହେଉଛି ବିଜ୍ଞାନ ମେଳା ର ମୁଖ୍ୟ ଉଦ୍ଧେଶ୍ୟ । ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଗୌରାଙ୍ଗ ଚରଣ ମହାପାତ୍ର । ଏହି ବିଜ୍ଞାନ ମେଳା ରେ ପ୍ରାୟ ୩୦ ଟି ପ୍ରକଳ୍ପ ଆସିଥିବା ବେଳେ ବିଜ୍ଞାନ ପ୍ରଶ୍ନମଞ୍ଚ , ବୈଦିକଗଣିତ, ପ୍ରଶ୍ନମଞ୍ଚ , ଗଣିତ ପ୍ରୟୋଗ , ଗଣିତ ପତ୍ରବାଚନ , ଲୋକ ନୃତ୍ୟ , ମୂର୍ତ୍ତିକଳା ପ୍ରଦର୍ଶନୀ, ପ୍ରମୁଖ ପ୍ରଦର୍ଶନୀ ଶିଶୁ ମାନଙ୍କ ଦ୍ୱରା କରାଯାଇଥିଲା । ବିଦ୍ୟାଳୟ ସ୍ତରରୁ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଭାଗନେବେ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ତ୍ରିପାଠୀ କହିଥିଲେ । ବିଚାରକ ଭାବେ ଡା ରଂଜନ କୁମାର ସାହୁ ବିଜ୍ଞାନ ଶିକ୍ଷକ ଗୁରୁପଦ ଆଚାରି ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।