*- ଓଡ଼ିଆ ଅସ୍ମିତା କଥା କହି ଓଡ଼ିଆ ଭାଷା ଏବଂ ସାହିତ୍ୟ କୁ ଦେଲେ ଅଧିକ ଗୁରୁତ୍ଵ
*- ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ କୁ ଖୁବ୍ କମ ଦିନରେ ମିଳିବ " UGC " ର ମାନ୍ୟତା - ଉଚ୍ଚ ଶିକ୍ଷା ମନ୍ତ୍ରୀ - ସୁରଜ୍ ସୂର୍ଯ୍ୟବଂଶୀ
(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ରେଶମୀ ନଗରର ସର୍ବପୁରାତନ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ୧୪୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ମହାନ କାର୍ଯ୍ୟକ୍ରମ ରେ ଓଡିଶା ସରକାର ଙ୍କ ଉଚ ଶିକ୍ଷା, କ୍ରୀଡା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟ ବଂଶୀ, ବ୍ରହ୍ମପୁର ବିଧାୟକ କେ.ଅନୀଲ , ଖଲ୍ଲିକୋଟ କଲେଜର କୂଳପତି ଗୀତାଞ୍ଜଳି ଦାସ,ପି.ଜି.କାଉନସିଲର ପଦ୍ମିନୀ ସାହୁ, ଫକୀର ମୋହନ ବିଶ୍ବବିଦ୍ୟାଳୟର ପୁର୍ବତନ କୂଳପତି ଶିବ ପ୍ରଶାଦ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ, l ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଯୋଗଦେବା ଅବସରରେ ଏଆଇଡିଏସଓ ଗଞ୍ଜାମଜିଲ୍ଲା କମିଟି ପକ୍ଷରୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା, ଖାଲି ପଡ଼ିଥିବା ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ, ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବାପାଇଁ ଏକ ଦାବିପତ୍ର ପ୍ରଦାନ କରାଯିବା ସମେତ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ନୂତନ ଅତ୍ୟାଧୁନିକ ପାଠାଗାର ନିର୍ମାଣ, ରିଡ଼ିଂ ରୁମ୍ ନିର୍ମାଣ, ଉନ୍ନତମାନର ବିଜ୍ଞାନଗାର ଆଦିର ବ୍ୟବସ୍ଥା କରିବାପାଇଁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଥିଲା । ମାନ୍ୟବର ମନ୍ତ୍ରୀଙ୍କ ସହ ଗତକାଲି ବିଶ୍ବବିଦ୍ୟାଳୟର ଆର.ସି.ଏମ ପିଜି ହଷ୍ଟେଲରେ ଲଗାଣ ବର୍ଷା ଯୋଗୁଁ ଏକ କାନ୍ଥ ଭାଙ୍ଗିଯିବା ଘଟଣା ସମେତ ହଷ୍ଟେଲର କୋଠରି ଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥା, ଜଳ ନିଷ୍କାସନର ଅବ୍ୟବସ୍ଥା, ମଶା, ସାପ ଆଦିଙ୍କ ପ୍ରାଦୁର୍ଭାବ ବିଷୟରେ ଆଲୋଚନା ହୋଇଛି । ଉଚ୍ଚ ଶିକ୍ଷାମନ୍ତ୍ରୀ ଏହି ସମସ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
*- ଓଡ଼ିଆ ଅସ୍ମିତା କଥା କହି ଓଡ଼ିଆ ଭାଷା ଏବଂ ସାହିତ୍ୟ କୁ ଦେଲେ ଅଧିକ ଗୁରୁତ୍ଵ
ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ କୁ ଖୁବ୍ କମ ଦିନରେ ମିଳିବ " UGtC " ର ମାନ୍ୟତା - ଉଚ୍ଚ ଶିକ୍ଷା ମନ୍ତ୍ରୀ - ସୂର୍ଯ୍ୟବଂଶୀ ସୁରଜ ।କିଛି ସମୟ ପରେ ପରେ ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ପରିକ୍ରମା କରିବା ପରେ ଉଚ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍ କ୍ରୀଡା ବିତ ଓ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଲେ।