ଆର, ଉଦୟଗିରି,ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ):ବାଂଲାଦେଶ ରେ ହିନ୍ଦୁ ଧର୍ମାବଲମ୍ବୀ ଙ୍କ ଉପରେ ଆକ୍ରମଣ ଓ ଦେବlଦେବୀ ଙ୍କ ଅସମ୍ମାନ ଯୋଗୁଁ ଉଗ୍ର ହୋଇଛି ହିନ୍ଦୁ ସଂଗଠନ l ଏଥିପାଇଁ ଓଡ଼ିଶାରେ ବାଂଲାଦେଶୀ ହଟlଓ ଅଭିଜାନ ଜାରି ରହିଛି l ରବିବାର ଗଜପତି ଜିଲ୍ଲା ମୋହନା ରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଏହି ବଙ୍ଗଳାଦେଶୀ ହଟାଓ ଅଭିଜାନ ଜୋରଦାର କରାଯାଇଛି l ମାଣିକପୁର ହନୁମାନ ମନ୍ଦିରରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ଚଦ୍ରଗିରି, ଚାନ୍ଦିପୁଟ, ମୋହନା ଓ ଅଡବା ରେ ରହୁଥିବା ବଙ୍ଗଳାଦେଶୀ ମାନଙ୍କୁ ତୁରନ୍ତ ସ୍ଥାନ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି l ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ବଙ୍ଗଳାଦେଶୀ ମାନେ ଗାଁ ଗାଁ ବୁଲି ବିଭିନ୍ନ ଜିନିଷ ବିକ୍ରି କରିବା ଓ ମିସ୍ତ୍ରୀ କାମ କରିବା ଆଳରେ ଚୋରି, ଡକାୟତ, ରାହାଜାନୀ କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କରୁଥିବା ନଜିର ରହିଛି l ଏଥିସହ ହିନ୍ଦୁ ଝିଅ ମାନଙ୍କୁ ଅପହରଣ କରି ନେଉଥିବା ମଧ୍ଯ ଅଭିଯୋଗ ହୋଇଛି l ତେଣୁ ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ପରିଚୟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୋହନା , ଅଡବା ପୋଲିସ ନିକଟରେ ଦାବି କରିଛନ୍ତି ହିନ୍ଦୁ ସଂଗଠନ ନେତୃବୃନ୍ଦ l ଯଦି ପ୍ରଶାସନ ସେମାନଙ୍କ ଉପରେ କଠୋର ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଏହି ଅଭିଜାନ ଉଗ୍ରରୂପ ନେବ ବୋଲି ଚେତାବନୀ ଦେଇଛନ୍ତି l ଏହି ଅଭିଜାନରେ ବରିଷ୍ଠ ସଂଗଠକ କୈଳାଶ ରଣଜିତ୍, ପ୍ରଶାନ୍ତ ସୁବୁଦ୍ଧି, ବିଜେପି ନେତା ପ୍ରଶାନ୍ତ ମଲ୍ଲିକ, ପପୁ ସାମଲ, ଜୀତେନ୍ଦ୍ର ବେହେରା, ଶିବରାମ ମହlଙ୍କୁଡ, ସୁଧୀର ପାଇକଙ୍କ ସହ ବିଭିନ୍ନ ହିନ୍ଦୁ ସଂଗଠନର ଶତାଧିକ କର୍ମୀ ସାମିଲଥିଲେ l


