ମାଲକାନଗିରି(ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଧରିତ୍ରୀ ଖବର କାଗଜ ସାମ୍ବାଦିକ ଖିରୋଦ ବେହେରାଙ୍କ ଆଜି ମୃତ୍ୟୁ ହୋଇ ଯାଇଛିା ସେ ଗତ ଦୁଇବର୍ଷ ହେଲା କିଡ୍ନି ରୋଗରେ ପୀଡିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଛିା ଖିରୋଦ ବେହେରା ଗତ ଦୁଇବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପ୍ରତି ସପ୍ତାହରେ ଡାଇଲାସିସ୍ ଚେକିଙ୍ଗ ପାଇଁ ଆସୁଥିଲ। ତେବେ ଆଜି ମଧ୍ୟ ସେ ନିଜର ଡାଇଲାସିସ୍ ଚେକିଙ୍ଗ ପାଇଁ ମାଲକାନଗିରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ଆସି ଚିକିତ୍ସା ସାରି ବସ୍ ଯୋଗେ ଚିତ୍ରକୋଣ୍ଡା ଫେରୁଥିବା ସମୟରେ କୋରୁକୋଣ୍ଡା ନିକଟରେ ହଠାତ୍ ସେ ଅଚେତ ହୋଇ ପଡିଥିଲ। ସଙ୍ଗେ ସଙ୍ଗେ ତାଙ୍କୁ କୋରୁକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ।। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ସ୍ୱର୍ଗତ ବେହେରା କିଡ୍ନି ରୋଗରେ ପୀଡିତ ଥିବା ବେଳେ ଆସନ୍ତା ମାସ ତାଙ୍କର କିଡ୍ନୀ ବଦଳାଇବା ନିମନ୍ତେ ସମସ୍ତ ପ୍ରସ୍ତୁତି ହୋଇଥିଲ।। ତେବେ ହଠାତ୍ ତାଙ୍କର ମୃତ୍ୟୁ ହୋଇ ଯିବାରୁ ଚିତ୍ରକୋଣ୍ଡା ଅଂଚଳରେ ଏକ ଶୋକର ଛାୟା ଖେଳି ଯାଇଛିା ଏଥିସହ ମାଲକାନଗିରି ଜିଲ୍ଲାର ଉତ୍କଳ ସାମ୍ବାଦିକ ସଂଘ ସହ ଅନ୍ୟାନ୍ୟ ସଂଘର ସମସ୍ତ ସାମ୍ବାଦିକ ମହଲରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ବେହେରା ଜଣେ ମିଷ୍ଠଭାସୀ, ପରୋପକାରୀ, ମେଳାପି ବ୍ୟକ୍ତି ଥିଲ। ସେ ସାମ୍ବାଦିକତା ସହ ବିଭିନ୍ନ ସଙ୍ଗଠନ ରେ କାମ କରୁଥିଲେ। ସେ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କୁ ବିଭିନ୍ନ ସମୟରେ ବହୁ ଉପକାର ଓ ସାହାଯ୍ୟ ସହ ଯୋଗ କରି ଆସିଛନ୍ତି। ତେବେ ଆଜି ହିଁ ଚିତ୍ରକୋଣ୍ଡା ଠାରେ ତାଙ୍କର ଅନ୍ତମ ସଂସ୍କାର ସମାପନ କରାଯାଇଛି। ତାଙ୍କ ପରିବାର ବର୍ଗଙ୍କୁ ସାନ୍ତନା ଦେବା ନିମନ୍ତେ ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତା ଙ୍କ ସହ ଅଞ୍ଚଳ ବାସୀ ତାଙ୍କ ଘରକୁ ଯାଇ ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛିା