କୋଦଳା ଉପ କାରାଗାର ରେ ସ୍ୱାଧୀନତା ଦିବସ ପାଳିତ

ଗୁରୁବାର ଦିନ 78 ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ। ‘ ଅଗଷ୍ଟ ୧୫ତାରିଖରେ ସାରା ଦେଶ ସମେତ ଓଡ଼ିଶାରେ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଉଛି । ଗଞ୍ଜାମ ଜିଲ୍ଲା କୋଦଳା ଉପ କାରାଗାରରେ ଆଜି ୭୮ ଗୁରୁବାର 7.40 ମିନିଟ ରେ ସ୍ବାଧିନତା ଦିବସ ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ଜେଲ୍ ଅଧିକ୍ଷକ ତାରିଣୀ ସେନ ଦେଉରି ପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଂଗୀତ ଗାନ କରାଯିବା ପରେ ଦେଶକୁ ସ୍ବାଧୀନତା ଆଣି ଦେଇଥିବା ମହାପୁରୁଷଙ୍କ ଜୟ ଗାନ କରାଯାଇଥିଲା। 

ଦୀର୍ଘ 200 ବର୍ଷ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ 1947 ଆଜିର ଦିନରେ ଭାରତ ଇଂରେଜଙ୍କ କବଳରୁ ମୁକ୍ତ ହୋଇ ସ୍ବାଧୀନତାର ସ୍ବାଦ ଚାଖିଥିଲା । ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ 15କୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଉଛି । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରାଇବା ପାଇଁ ଅନେକ ସ୍ବାଧୀନତା ସଂଗ୍ରାମୀ ଓ କୋଟି କୋଟି ଦେଶପ୍ରେମୀଙ୍କ ବଳିଦାନ, ତ୍ୟାଗ, ସଂଘର୍ଷ, ବୀରତ୍ବ ଓ ସାହସକୁ ଆଜିବି ମନେ ରଖିଛି ଦେଶ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ ।

Post a Comment

Previous Post Next Post