ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପକ୍ଷରୁ କବିସୂର୍ଯ୍ଯନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ।

 


ବେଗୁନିଆପଡା ମୋ ନିୟୁଜ ଓଡିଶା (, ୯.୮.୨୦୨୪)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ସ୍ଥିତ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ନୂଆଗଡ଼ ମଣ୍ଡଳ ଗୃହ କକ୍ଷରେ ଆଜି କବିସୂର୍ଯ୍ଯନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କୁ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ନୂଆଁଗଡ ମଣ୍ଡଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ମଣ୍ଡଳ ପକ୍ଷରୁ ବିଧାୟକ ଶ୍ରୀ ନାୟକଙ୍କୁ  ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିରେ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ସ୍ଵାଇଁ , ସମ୍ପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଉପସଭାପତି ବସନ୍ତ କୁମାର ଭୂୟାଁ, ପୂର୍ବତନ ସଭାପତି ମୁକୁନ୍ଦ ମାଧବ ସ୍ଵାଇଁ ସମେତ ବିଭିନ୍ନ ଗ୍ରାମର କୁଳ କମିଟି  ସଭାପତି, ସମ୍ପାଦକ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।   ଅନୁ୍ଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ନାୟକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ପାଇଁ ଆମ ଜାତି ଗର୍ବିତ ବୋଲି କର୍ମକର୍ତ୍ତା ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସୋରଡା ବିଧାୟକ ନୀଳମଣି ବିଶୋୟୀ, ଏବଂ କବିସୂର୍ଯ୍ଯନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ କାଳଞ୍ଜି ଜାତିର  ଜାତି ଭାଇ ଅଟନ୍ତି । ବିଧାୟକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କାଳଞ୍ଜି  ଜାତିର ବିକାଶ ଏବଂ ଜାତୀୟ ମମତା ଦିଗରେ ଆମେ ସମସ୍ତେ ଧ୍ୟାନ ଦେଲେ ନିଶ୍ଚିତ ତାହା ହୋଇପାରିବ ବୋଲି କହିଥିଲେ ।

Post a Comment

Previous Post Next Post